Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁଶୁଡିଲା ଗଙ୍ଗା ନଦୀ ଉପରେ ଥିବା ନିର୍ମାଣଧୀନ ପୋଲ; ହୋଇଥାନ୍ତା ଉଦ୍‌ଘାଟନ

ବିହାର: ବିହାରର ଭାଗଲପୁରରେ ରବିବାର ଦିନ ଏକ ବଡ ଦୁର୍ଘଟଣା ଘଟିଛି। ଏପଟେ ବାହାନଗା ଟ୍ରେନ୍‌ ଦୁର୍ଘଟଣାର ଭୟଙ୍କର ଦୃଶ୍ୟ ମନରୁ ଲିଭି ନଥିବା ବେଳେ ପୁଣି ଏକ ବଡ ଦୁର୍ଘଟଣା ଘଟିଛି। ଗଙ୍ଗା ଉପରେ ନିର୍ମିତ ଏକ ଚାରି ଲେନ ବିଶିଷ୍ଟ ନିର୍ମାଣଧୀନ ପୋଲ ନଦୀରେ ଭୁଶୁଡି ପଡିଛି। ଖାଗରିଆ ଏବଂ ଭାଗଲପୁର ଜିଲ୍ଲାକୁ ସଂଯୋଗ କରିବା ପାଇଁ ଏହି ସେତୁ ନିର୍ମାଣ କରାଯାଉଥିଲା। ଲୋକମାନେ ନିଜ କ୍ୟାମେରାରେ ପୋଲ ଭୁଶୁଡ଼ିବା ଦୃଶ୍ୟକୁ କଏଦ କରିଥିଲେ।

ଏହି ସେତୁର ମୂଲ୍ୟ ପ୍ରାୟ ୧୭୫୦ କୋଟି ଟଙ୍କା, ଏବଂ ଏହା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସ୍ୱପ୍ନର ପ୍ରକଳ୍ପ ଥିଲା। ଏହି ବ୍ରିଜ୍ ଖୁବ୍ ଶୀଘ୍ର ଉଦଘାଟନ ହେବାର ଥିଲା । ଏହା ପୂର୍ବରୁ ବ୍ରିଜ୍ ଭୁଷୁଡି ପଡିଥିବାରୁ ବହୁ ଜୀବନ ବଞ୍ଚିଯାଇଛି ।ତେବେ ବର୍ତ୍ତମାନ ସୁଦ୍ଧା କେହି ଆହତ କିମ୍ବା ମୃତ ବୋଲି ସ୍ପଷ୍ଟ ହୋଇନାହିଁ। ତେବେ ଏହି ଘଟଣା ପରେ ନିତୀଶ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ