Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିରାଶ ହେଲେ ମନୀଷ ସିସୋଦିଆ; ଜାମିନ ଆବେଦନ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ: ମନୀଷ ସିସୋଦିଆଙ୍କୁ ପୁଣି ଝଟ୍‌କା। ଦିଲ୍ଲୀ ହାଇକୋର୍ଟରୁ ନିରାଶ ହେଲେ ମନୀଷ। ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ। ମନୀଷ ସିସୋଦିଆ ଦିଲ୍ଲୀ ହାଇକୋର୍ଟରୁ ସପ୍ତାହେ ପାଇଁ ଅନ୍ତରୀଣ ଜାମିନ ଆବେଦନ କରିଥିଲେ। ଯାହାକୁ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି।

ଏହା ଉପରେ ଶୁଣାଣି କରି ଅଦାଲତ କହିଛନ୍ତି ଯେ ମନୀଷ ସିସୋଦିଆ ଯେଉଁ ପଦବୀରେ ଅଛନ୍ତି, ସେ ସାକ୍ଷୀ ତଥା ପ୍ରମାଣ ଉପରେ ପ୍ରଭାବ ପକାଇବାର ସମ୍ଭାବନା ରହିଛି। ଅବକାରୀ ନୀତି ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କ ସପ୍ତାହେ ପାଇଁ ଅନ୍ତରୀଣ ଜାମିନ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ସୋମବାର ଶୁଣାଣି କରିଛନ୍ତି।