Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୪ ପାଇଁ ପ୍ରାକ୍ ପ୍ରସ୍ତୁତି : ନର୍ଲାରେ କଂଗ୍ରେସର ସାଂଗଠନିକ ବୈଠକ ଅନୁଷ୍ଠିତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ନର୍ଲାସ୍ଥିତ ଡାକବଙ୍ଗଳା ପରିସରରେ କଂଗ୍ରେସ ଦଳର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି ! ଅସଂରକ୍ଷିତ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳ ତ୍ରୁଣମୂଳ ସ୍ତରରେ ସଂଗଠନକୁ ସୁଦ୍ରୁଢ଼ କରି ଆସନ୍ତା ନିର୍ବାଚନରେ ମଇଦାନକୁ ପୁରା ଦମ୍ ରେ ଓହ୍ଲାଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଥିବାବେଳେ ଆଜିର ବୈଠକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା ବୋଲି କର୍ମୀ ମହଲରେ ଆଲୋଚନା ହେଉଛି ! ନର୍ଲା ବ୍ଲକ କଂଗ୍ରେସ ସଭାପତି ସମୀର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପିସିସି ସଦସ୍ୟ ବିଭୁତିଭୂଷଣ ମହାକୁଡ଼, ଟିକେମନ ଦୀପ, ନର୍ଲା ନିର୍ବାଚନ ମଣ୍ଡଳୀ ସଭାପତି ନିରଜ ଶର୍ମା, ନର୍ଲା ବ୍ଲକ ଯୁବ କଂଗ୍ରେସ ସଭାପତି ଦୀପୁପାତ୍ର, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ମାହେନ୍ଦ୍ରୀ ସାହୁ, ଡିସିସି ସଦସ୍ୟ ରଜନୀ କୁମାର, ନର୍ଲା ବ୍ଲକ ଉପସଭାପତି ସୁଦାମ ପ୍ରଧାନ, ନର୍ଲା ବ୍ଲକ ମହିଳା କଂଗ୍ରେସର ମମିତା ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସୁରେଶ ଚୌଧୁରୀଙ୍କ ସମେତ ବ୍ଲକର ସମସ୍ତ ପଞ୍ଚାୟତର ସଭାପତି, ସଂପାଦକ ଓ କର୍ମୀ ଏଥିରେ ଭାଗ ନେଇ ଦଳର ସାଂଗଠନିକ ସ୍ଥିତିକୁ ସୁଦ୍ରୁଢ଼ କରିବା ନେଇ ଆଲୋଚନା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ