Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବତନ ବିଧାୟକ ଶିବାଜୀ ମାଝୀ ବିୟୋଗରେ ଶୋକ

କଳାହାଣ୍ଡି,୨୮/୦୮-ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ତଥା ନବଗଠିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପ୍ରଥମ ଅଧ୍ୟକ୍ଷ ଶିବାଜୀ ମାଝୀଙ୍କ ଦୁଃଖଦ ପରଲୋକ ଘଟିଛି। ସେ ପଞ୍ଚାୟତ ରାଜନୀତିରୁ ଦୁଇ ଥର ସରପଞ୍ଚ, ଥରୁଟିଏ ସମିତି ସଦସ୍ୟ ଭାବେ ଦାୟିତ୍ୱ ତୁଲାଇଥିଲେ। ଆଜି ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରସ୍ଥିତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପରିସରରେ ଏକ ଶୋକସଭା ଓ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏଥିରେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଲୋକସଭା ସାଂସଦଙ୍କ ପ୍ରତିନିଧି ନରେନ୍ଦ୍ର ବେହେରା, ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ସରପଞ୍ଚ ସଙ୍ଘ ସଭାପତି ସାନ୍ଦ୍ରୁ ମାଝୀ, ସମିତିସଭ୍ୟ ସଂଘ ସଭାପତି ଜଗଦୀଶ ବେନିଆ, ସାଧାରଣ ସଂପାଦକ ମନୋହର ହରପାଲ ଶୋକ ପ୍ରସ୍ତାବ ଉପରେ ଆଲୋଚନା କରି ସ୍ବର୍ଗତ ମାଝୀଙ୍କ ସ୍ମୃତିଚାରଣ କରିଥିଲେ।ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଶୋକସଭାରେ ବହୁ ସଂଖ୍ୟକ ସରପଞ୍ଚ, ସମିତିସଦସ୍ୟ ଉପସ୍ଥିତ ଥାଇ ସ୍ୱର୍ଗତ ମାଝୀଙ୍କ ଜୀବନାବଳୀ ସମ୍ପର୍କରେ ଆଲୋକପାତ କରିବା ସହିତ ଅମର ଆତ୍ମାର ସଦଗତି କାମନା ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ