Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ପ୍ରଶାସନ ଦ୍ବାରା ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ଶିଶୁଙ୍କ ପାଇଁ ଦିନଟିଏ ପାଳିତ

ପାରଳାଖେମୁଣ୍ଡି:୩୧/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଆଜି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଗଜପତି ଆନୁକୁଲ୍ୟରେ ଜିଲ୍ଲା ପରିଷଦ ସମ୍ମେଳନ କକ୍ଷ, ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ “ଶିଶୁଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି. ତିରୁପତି ରାଓ ସଭାପତିତ୍ବ କରିଥିଲା ବେଳେ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ମୁନିନ୍ଦ୍ର ହୋନଗା, ପ୍ରକଳ୍ପ ପ୍ରଶାସକ, ସମନ୍ବିତ ଆଦିବାସୀ ଉନ୍ନୟନ ସମିତି, ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ଅଂଶୁମାନ ମହାପାତ୍ର ଓ ଆରକ୍ଷୀ ନିରୀକ୍ଷକ, ମାନବ ଚାଳାଣ ନିରୋଧ ୟୁନିଟ, ଶ୍ରୀମତି କମଳା ଚୌଧୁରୀ ପ୍ରଭୃତି ମଞ୍ଚାସୀନ ହୋଇଥିଲେ ।ପ୍ରଥମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ସମସ୍ତଙ୍କୁ ସ୍ବାଗତ କରିବା ସହ ବିଗତ ଛଅମାସ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ଜିଲ୍ଲା ଏବଂ ପଞ୍ଚାୟତ ସ୍ତରରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଯଥା ପୃଷ୍ଠପୋଷକତା ରାଶି ପ୍ରଦାନ, ଶିଶୁ ଚାଲାଣ ବନ୍ଦ, ମାତୃପିତୃହୀନ ଶିଶୁ ଚିହ୍ନଟିକରଣ, ଚାଇଲ୍ଡ଼ ହେଲ୍ପ ଲାଇନ୍ ର କାର୍ଯ୍ୟପ୍ରଣାଳୀ ଉପସ୍ଥାପନ କରିବା ପରେ ଏହାକୁ ସମୀକ୍ଷା କରାଯାଇଥିଲା । ପରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ସହ ଶ୍ରମ ଅଧିକାରିଣୀ ଶ୍ରୀମତୀ ପ୍ରଯୁକ୍ତା ଶବର ଗତ ଛଅ ମାସ ମଧ୍ୟରେ ଉଦ୍ଧାର ଶିଶୁ ଶ୍ରମିକଙ୍କର ବିବରଣୀ ପ୍ରଦାନ କରିଥିଲେ ଏବଂ ଜିଲ୍ଲା ସମାଜ ମଙ୍ଗଳ ସୁରକ୍ଷା ଅଧିକାରୀଣି ଶ୍ରୀମତୀ ସାରଳା ପାତ୍ର ଗତ ଛଅ ମାସ ମଧ୍ୟରେ ରୋକା ଯାଇଥିବା ବାଲ୍ୟ ବିବାହର ବିବରଣୀ ପ୍ରଦାନ କରିବା ସହ ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ତଥା CMPO ମାନଙ୍କୁ ଅନୁରୋଧ କରିଥିଲେ ଯେ ପ୍ରତ୍ୟେକ ଗ୍ରାମ ସ୍ତରରେ ଥିବା ଅଙ୍ଗନୱାଡ଼ି ମାନେ ଆଦ୍ବୀକା କାର୍ଯ୍ୟକ୍ରମରେ ବାଲ୍ୟବିବାହ ବନ୍ଦ ଉପରେ ସଚେତନ କରିବା ସହ କିଶୋରୀ ମାତୃତ୍ବ ନହେବା ଉପରେ ସମସ୍ତେ ଗୁରୁତ୍ବ ଦେବେ।ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଏହି ପରିପ୍ରେକ୍ଷୀରେ ମତବ୍ୟକ୍ତ କରିଥିଲେ କି ଶିଶୁ ସହାୟତା ନମ୍ବରକୁ ଶିଶୁଙ୍କ ସମସ୍ୟା ବିଷୟରେ ତୁରନ୍ତ ଜଣାଇବା ଏବଂ ସୂଚନା ଦେଉଥିବା ବ୍ୟକ୍ତିଙ୍କ ନାମକୁ ଗୋପନୀୟତା ରଖିବାରେ ଧ୍ୟାନଦେବା ନିମନ୍ତେ ଉପସ୍ଥିତ ସମସ୍ତଙ୍କୁ ଅନୁରୋଧ କରିଥିଲେ ।
ଶେଷରେ ମୁଖ୍ୟ ଅତିଥି ଶିଶୁ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ତଥା ଶିଶୁ ସୁରକ୍ଷା ୟୁନିଟ୍ ର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଜିଲ୍ଲାର ସମସ୍ତ ବିଭାଗ ଶିଶୁ ସୁରକ୍ଷା ଦିଗରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ଯେହେତୁ ଜିଲ୍ଲା, ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ଘୋଷଣା ହୋଇଛି ସେଥିପାଇଁ ବାଲ୍ୟବିବାହ ହେବାକୁ ଥିବା ପ୍ରାକ୍ ସୂଚନା ପ୍ରତି ଅଙ୍ଗନୱା଼ଡି କର୍ମି ଯହି ଠିକ ସମୟରେ ଦେବେ ତେବେ ବାଲ୍ୟବିବାହ ମୁକ୍ତ ଜିଲ୍ଲା ଘୋଷଣାକୁ ସାଫଲ୍ୟ କରିହେବ
୨୦୧୮ ପରଠାରୁ ଆଜିସୁଦ୍ଧା ବିଭିନ୍ନ ଜିଲ୍ଲା, ରାଜ୍ୟ ତଥା ଦେଶ ବାହରକୁ ପୋଷ୍ୟ ସନ୍ତାନ ଭାବେ ଯାଇଥିବା ଶିଶୁମାନଙ୍କ ସବିଶେଷ ତଥ୍ୟ ଉପସ୍ଥାପନ କରିବା ସହ ଶିଶୁ ମାନଙ୍କୁ ଗ୍ରହଣ କରିଥିବା ପରିବାର ସହ ଅତିରିକ୍ତ ଜିଲ୍ଲାପାଳ video conference ମାଧ୍ୟମରେ କଥାବାର୍ତ୍ତା ହୋଇ ଶିଶୁ ମାନଙ୍କ ଅବସ୍ଥା ପଚାରି ବୁଝି ଖୁସି ବ୍ୟକ୍ତ ହୋଇଥିଲେ । ତା ସହ ପ୍ରଧାନ ମନ୍ତ୍ରୀ ଯତ୍ନ ଯୋଜନା ଦ୍ବାରା ସହାୟତା ପାଉଥିବା 8 ଜଣ ଶିଶୁଙ୍କ ମଧ୍ୟରୁ 2 ଜଣ ଶିଶୁ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଓ ସେମାନେ ସହାୟତା ପାଉଥିବା ବିଷୟରେ ଜଣାଇବା ସହ ବର୍ତ୍ତମାନ କଣ ଶିକ୍ଷା ଗ୍ରହଣ କରୁଛନ୍ତି ଏବଂ ଆଗାମୀ ଭବିଷ୍ୟତ ର ଯୋଜନା ବିଷୟରେ ମତବ୍ୟକ୍ତ କରିଥିଲେ । ପରେ ଆଗାମୀ ବର୍ଷ ପାଇଁ କଣ ସବୁ ଚିଠା ବା ଖସଡା ପ୍ରସ୍ତୁତ ହୋଇଛି ସେ ବିଷୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ଉପସ୍ଥିତ ସମସ୍ତ ଜିଲ୍ଲା ଶିଶୁ ସୁରକ୍ଷା ସମିତି ସଦସ୍ୟ ଙ୍କ ନିକଟରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିଶୁ ସୁରକ୍ଷା ସହାୟତା କର୍ମଚାରୀ ପରିଚାଳନା କରିଥିଲେ । ଶେଷରେ ଉପସ୍ଥିତ ଅଧିକାରୀ ଓ ଅଂଶଗ୍ରହଣ କାରୀଙ୍କୁ ଶିଶୁ ମଙ୍ଗଳ ସମିତିର ସଭ୍ୟା ଶ୍ରୀମତୀ ଶୁଭ୍ରାକାନ୍ତି ବେହେରା ଧନ୍ୟବାଦ ଦେବା ସହ ସଭାସାଙ୍ଗ କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ