Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଣିପୁରରେ ଅସମ୍ଭାଳ ସ୍ଥିତି; ପେଟ୍ରୋଲ ଲିଟର ପିଛା ୨୦୦, ମିଳୁନି ଔଷଧ

ନୂଆଦିଲ୍ଲୀ: ଗତ ଏକ ମାସ ଧରି ମଣିପୁରରେ ମେତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ହିଂସାର ପ୍ରଭାବ ଏବେ ସାଧାରଣ ଜନତାଙ୍କ ଉପରେ ପଡିଛି। ଜାତୀୟ ରାଜପଥ ଅବରୋଧ ଯୋଗୁ ଇମ୍ଫାଲ ଘାଟୀରେ ଦୈନନ୍ଦିନ ସାମଗ୍ରୀର ଅଭାବ ଦେଖାଦେଇଛି। କେବଳ ସେତିକି ନୁହେଁ ଏହାର ମୂଲ୍ୟ ଆକାଶଛୁଆଁ ହୋଇଛି। ଉଭୟ ପକ୍ଷର ଏହି ଲଢେଇରେ ସମସ୍ତଙ୍କୁ କ୍ଷତି ସହିବାକୁ ପଡୁଛି। ବ୍ୟାଙ୍କ ବନ୍ଦ ହେତୁ ଏଟିଏମଗୁଡ଼ିକ ଟଙ୍କା ସରିଯାଇଛି। ଏମିତିକି ପେଟ୍ରୋଲ ପମ୍ପଗୁଡ଼ିକ ତେଲ ସରିଯାଇଥିବା ଦେଖିବାକୁ ମିଳୁଛି ଏବଂ କଳା ବଜାରରେ ପେଟ୍ରୋଲ ଲିଟର ପିଛା ୨୦୦ ଟଙ୍କାରେ ବିକ୍ରି ହେଉଛି।

ରିପୋର୍ଟ ଅନୁଯାୟୀ କେବଳ ପେଟ୍ରୋଲ ନୁହେଁ ମଣିପୁରରେ ଔଷଧର ଅଭାବ ମଧ୍ୟ ଦେଖାଦେଇଛି। ମଣିପୁରରେ ହୋଇଥିବା ହିଂସା ହେତୁ ଇମ୍ଫାଲ ଉପତ୍ୟକାର ଲୋକଙ୍କୁ ଦୈନନ୍ଦିନ ଜୀବନରେ ଚଳିବା ପାଇଁ ବହୁ ସଂଘର୍ଷ କରିବାକୁ ପଡୁଛି। ରାସ୍ତା ଅବରୋଧ ଯୋଗୁ ଦେଶର ଅନ୍ୟାନ୍ୟ ସ୍ଥାନରୁ ବିଚ୍ଛିନ୍ନ ହୋଇଛି। ମେତେଇଙ୍କୁ ଆଦିବାସୀ ମାନ୍ୟତା ଦାବି ବିରୋଧରେ ଗତ ମେ ୩ ତାରିଖରେ ଅଖିଳ ଆଦିବାସୀ ଛାତ୍ରୀ ସଂଗଠନର ବିକ୍ଷୋଭ ପରଠାରୁ ହିଂସା ଜାରି ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ