Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଝି ଆକାଶରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି; ଋଷ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ମଝି ଆକାଶରେ ଏୟାର ଇଣ୍ଡିଆକୁ ଝଟକା। ବିମାନ ଇଞ୍ଜିନରେ ଦେଖାଦେଲା ତ୍ରୁଟି। ହଠାତ ମଝି ଆକାଶରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି। ତ୍ରୁଟି ଜାଣିବା ପରେ ଜରୁରୀକାଳୀନ ଅବତରଣ ପାଇଁ ଋଷକୁ ଅନୁମତି ମାଗିଲା ପାଇଲଟ।

ସୂଚନା ଅନୁସାରେ ମଙ୍ଗଳବାର ଦିଲ୍ଲୀରୁ ସାନ ଫ୍ରାନ୍ସିସକୋକୁ ଏୟାର ଇଣ୍ଡିଆ ବିମାନ AI173 ଉଡ଼ାଣ ଭରିଥିଲା। ହେଲେ ହଠାତ ମଝି ଆକାଶରେ ଦେଖାଦେଇଥିଲା ଯାନ୍ତ୍ରୀକ ତ୍ରୁଟି। ବିମାନର ଯାନ୍ତ୍ରିକ ତ୍ରୁଟି ଜାଣିବା ପରେ ପାଇଲଟ ତୁରନ୍ତ ଋଷର ନିକଟସ୍ଥ ମଗଦାନ ବିମାନ ବନ୍ଦର ସହିତ ଯୋଗାଯୋଗ କରିଥିଲା। ଏହାପରେ ବିମାନକୁ ଅବତରଣ କରିବା ପାଇଁ ଋଷକୁ ଅନୁମତି ମାଗିଥିଲା ଏୟାର ଇଣ୍ଡିଆ ପାଇଲଟ। ଏହା ପରେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା।

ଟାଟା ଗ୍ରୁପ୍ ମାଲିକାନା ଘରୋଇ ବିମାନ କମ୍ପାନୀ ଗତ ସନ୍ଧ୍ୟାରେ ଏକ ବିବୃତ୍ତିରେ କହିଛି ଯେ ଇଞ୍ଜିନ ତୃଟି ଯୋଗୁଁ ଦିଲ୍ଲୀରୁ AI173 ବିମାନ ମଙ୍ଗଳବାର ଋଷର ମଗଦାନକୁ ପଠାଯାଇଛି। ବିମାନଟି ୨୧୬ ଯାତ୍ରୀ ଏବଂ ୧୬ ଜଣ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଅବତରଣ କରିଥିବା ନେଇ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ