Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ’ଣ ବାହାରିବ ସମାଧାନର ରାସ୍ତା ? କ୍ରୀଡ଼ା ମନ୍ତ୍ରୀଙ୍କୁ ଭେଟିବାକୁ ପହଞ୍ଚିଲେ ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲିକ

ନୂଆଦିଲ୍ଲୀ: କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଆନ୍ଦୋଳନ ଚଳାଇଥିବା ରେସଲରଙ୍କ ମଧ୍ୟରେ ସାମିଲ୍ ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲିକ ବୁଧବାର କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟିବାକୁ ତାଙ୍କ ବାସଭବନରେ ପହଞ୍ଚିଛନ୍ତି। ମନ୍ତ୍ରୀ ଟୁଇଟ୍ କରି ମଙ୍ଗଳବାର ରାତିରେ ଜଣାଇଥିଲେ ଯେ, କୁସ୍ତିଯୋଦ୍ଧାଙ୍କ ସହ ଆଲୋଚନା ପାଇଁ ସେମାନଙ୍କୁ ପୁଣି ଥରେ ଡକାଇଛି। ଏହା ମଧ୍ୟରେ ଭିନେଶ ଫୋଗାଟ୍, ସାକ୍ଷୀ ମଲିକ ଏବଂ ବଜରଙ୍ଗ ପୁନିଆ ନିଜର ରେଲଓ୍ଵେ ଚାକିରିରେ ପୁନର୍ବାର ଯୋଗ ଦେଇଛନ୍ତି।

ସୂଚନା ଅନୁଯାୟୀ, କୁସ୍ତିଯୋଦ୍ଧାମାନେ କ୍ରୀଡ଼ା ମନ୍ତ୍ରୀଙ୍କ ସହ ବୈଠକକୁ ନେଇ ସହମତି ପ୍ରକାଶ କରିଥିଲେ ଏବଂ ବୁଧବାର ପୂର୍ବାହ୍ନରେ ତାଙ୍କ ବାସଭବନରେ ପହଞ୍ଚିଛନ୍ତି। ଏହି ବିଷୟରେ ସାକ୍ଷୀ ମଲିକ କହିଛନ୍ତି, ସରକାର ଆମକୁ ଯାହା କିଛି ବି କହିବେ ତା ଉପରେ ଆମେ ନିଜର ସମର୍ଥକ ଏବଂ ବରିଷ୍ଠଙ୍କ ମତାମତ ନେବୁ। ଯଦି ସେମାନଙ୍କୁ ଲାଗିବ ଯେ ସରକାରଙ୍କ ପ୍ରସ୍ତାବ ଠିକ୍ ତେବେ ଆମେ ଏହାର ପାଳନ କରିବୁ। ଏମିତି ନାହିଁ ଯେ, ସରକାର ଯାହା କହିବେ ଆମେ ମାନି ନେବୁ ଏବଂ ନିଜର ଆନ୍ଦୋଳନ ସମାପ୍ତ କରି ଦେବୁ।

ଏହା ପୂର୍ବରୁ ଖେଳାଳିମାନେ ଜୁନ ୩ରେ ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିଥିଲେ। ୨ ଘଣ୍ଟା ଧରି ଚାଲିଥିବା ଆଲୋଚନାରେ ଅମିତ୍ ଶାହା ଖେଳାଳିଙ୍କୁ ନିରପେକ୍ଷ ତଦନ୍ତର ଭରସା ଦେଇଥିଲେ। ଏହା ପରେ ଖେଳାଳି ନିଜର ଚାକିରିକୁ ଫେରିଛନ୍ତି। ଅନ୍ୟପଟେ ଖାପ ପଞ୍ଚାୟତ ମଧ୍ୟ ଜୁନ ୯ରେ ପ୍ରସ୍ତାବିତ ନିଜର କାର‌୍ୟ୍ୟକ୍ରମକୁ ରଦ୍ଦ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ