Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଣିକି ୨୫ ବର୍ଷ ଚାକିରି କରିଥିଲେ ବି ମିଳିବ ପୂରା ପେନ୍‌ସନ୍

ଜୟପୁର: ଆଗକୁ ନିର୍ବାଚନ। ଏବେଠୁ ଆରମ୍ଭ ହେଲାଣି ପ୍ରସ୍ତୁତି। ନିର୍ବାଚନ ଲାଗି ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଉଛନ୍ତି ସରକାର। ରାଜସ୍ଥାନ ସରକାର ମଧ୍ୟ ନିର୍ବାଚନ ଲାଗି ରାଜ୍ୟବାସୀଙ୍କ ପାଇଁ ଅନେକଗୁଡିଏ ଯୋଜନା ଘୋଷଣା କରିଛନ୍ତି । ସେ ରାଜ୍ୟବାସୀଙ୍କୁ ୫୦୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ସେବା ଆରମ୍ଭ ମଧ୍ୟ ହୋଇସାରିଛି। ଏବେ ରାଜ୍ୟ କର୍ମଚାରୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ରାଜସ୍ଥାନର ଗେହଲଟ ସରକାର।

ଏଣିକି ୨୫ ବର୍ଷ ଚାକିରି କରିଥିଲେ ବି ମିଳିବ ପେନ୍‌ସନ୍। ରାଜ୍ୟ କର୍ମଚାରୀଙ୍କ ଲାଗି ଏମିତି କିଛି ଘୋଷଣା କରିଛନ୍ତି ଗେହଲଟ ସରକାର। ରାଜ୍ୟ କର୍ମଚାରୀମାନଙ୍କ ମଧ୍ୟରୁ ଯେଉଁମାନେ କେବଳ ୨୫ ବର୍ଷ ଚାକିରି କରି ଅବସର ନେଇଥିବେ ସେମାନଙ୍କୁ ରାଜ୍ୟ ସରକାର ପୂରା ପେନସନ୍ ଦେବେ । ଅର୍ଥାତ ରାଜସ୍ଥାନରେ ରାଜ୍ୟ କର୍ମଚାରୀ ୨୮ ବର୍ଷ ବଦଳରେ ଯଦି ୨୫ବର୍ଷ ଚାକିରି କରି ଅବସର ନେଉଛନ୍ତି ତେବେ ତାଙ୍କୁ ପୂରା ପେନସନ୍ ମିଳିବ । ଏହାସହ ୭୫ ବର୍ଷରେ ପେନସନ ଭୋଗୀ କିମ୍ବା ପରିବାର ପେନସନ ଭୋଗୀଙ୍କୁ ୧୦ ପ୍ରତିଶତ ଅତିରିକ୍ତ ପେନସନ୍ ଭତ୍ତା ମିଳିବ ।