Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୬ ବର୍ଷ ବୟସରେ ବିଶ୍ବ ଚାମ୍ପୟନ ହେଲେ ପ୍ରୟାଗରାଜର ଅନୁପ୍ରିୟା

ପ୍ରୟାଗରାଜ : ସଙ୍ଗମ ନଗରୀ ପ୍ରୟାଗରାଜର ଜଣେ ୬ ବର୍ଷର ଝିଅ ଚେସ୍‌ରେ ବିଶ୍ୱ ଚାମ୍ପିୟନ୍‌ ହୋଇ ସଫଳତା ହାସଲ କରିଛନ୍ତି। ବିଶ୍ବ ରାଙ୍କିଙ୍ଗ୍‌ରେ ପ୍ରଥମ ସ୍ଥାନ ହାସଲ କରି ଦେଶ ପାଇଁ ଗୌରବ ଆଣିଛନ୍ତି। ସାତ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଆନ୍ତର୍ଜାତୀୟ ଚେସ ଫେଡେରେସନ୍ ଦ୍ବାରା ପ୍ରକାଶିତ ବିଶ୍ୱ ରାଙ୍କିଙ୍ଗ୍‌ରେ ପ୍ରୟାଗରାଜର ଛଅ ବର୍ଷ ବୟସ୍କା ଅନୁପ୍ରିୟା ଯାଦବ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ବୟସରେ ଯେତେବେଳେ ଅନ୍ୟ ପିଲାମାନେ ବେବି ଡଲ୍‌ରେ ଖେଳୁଥିବା ବେଳେ ଅନୁପ୍ରିୟା ଚେସ୍ ବୋର୍ଡରେ ନିଜ କମାଲ ଦେଖାଇଛନ୍ତି। ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।

ବିଶ୍ୱ ରାଙ୍କିଙ୍ଗ୍‌ ତାଲିକାରେ ଏହି ବର୍ଗରେ ଫ୍ରାନ୍ସର ବୁନି ଦ୍ୱିତୀୟ, ବାଂଲାଦେଶର ୱାରିସା ତୃତୀୟ ଏବଂ ଇଂଲଣ୍ଡର ନୁଭି ଚତୁର୍ଥ ସ୍ଥାନ ଅଧିକାର କରିଛି। ବିଶ୍ୱର ଏକ ନମ୍ବର ଖେଳାଳି ଅନୁପ୍ରିୟା ଯାଦବ ଭାରତର ବିଶ୍ୱନାଥ ଆନନ୍ଦଙ୍କୁ ତାଙ୍କର ଆଦର୍ଶ ବୋଲି ବିବେଚନା କରନ୍ତି ଏବଂ ତାଙ୍କ ଭଳି ଗ୍ରାଣ୍ଡ ମାଷ୍ଟର ହେବାକୁ ଚାହାଁନ୍ତି ବୋଲି କହିଛନ୍ତି। ପ୍ରଥମ ଶ୍ରେଣୀରେ ପଢୁଥିବା ଅନୁପ୍ରିୟା ଯେତିକି ଚେସ ଖେଳିବାକୁ ଆଗ୍ରହୀ, ନୃତ୍ୟରେ ମଧ୍ୟ ତାଙ୍କର ସେତିକି ଆଗ୍ରହ ରହିଛି।

ଅନୁପ୍ରିୟାଙ୍କ ପିତାମାତା ଶିକ୍ଷକ ଅଟନ୍ତି। ଅନୁପ୍ରିୟାଙ୍କ ବଡ଼ ଭଉଣୀ ପ୍ରିୟା ମଧ୍ୟ ପିଲାଦିନରୁ ଚେସ ଖେଳୁଥିଲେ। ପ୍ରିୟା ମଧ୍ୟ ଅନେକ ଟାଇଟଲ୍ ଜିତିଛନ୍ତି। ତାଙ୍କ ବଡ଼ ଭଉଣୀ ପ୍ରିୟାଙ୍କୁ ଦେଖି ଅନୁପ୍ରିୟା ମଧ୍ୟ ଚେସ ଖେଳିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଚେସ ପ୍ରତି ଅନୁପ୍ରିୟାଙ୍କ ଆଗ୍ରହ ଦେଖି ତାଙ୍କ ମା ତାଙ୍କୁ ଚେସ୍‌ ଖେଳ ଶିଖାଇଥିଲେ।

ତେବେ କିଛି ଦିନ ମଧ୍ୟରେ, ସେ ଚେସ୍‌ ଖେଳରେ ଏତେ ପାରଦର୍ଶୀ ହେଲେ ଯେ ସେ ବଡ଼ ଖେଳାଳିଙ୍କୁ ମଧ୍ୟ ସେ ପଛରେ ପକାଇଦେଇଥିଲେ। ଅନୁପ୍ରିୟା ଭାରତରେ ତଥା ନେପାଳ ସମେତ ଅନ୍ୟାନ୍ୟ ଦେଶରେ ଚାମ୍ପିଅନସିପ୍ ଖେଳିଛନ୍ତି। ମେ ମାସରେ ନେପାଳରେ ଅନୁଷ୍ଠିତ ବିଶ୍ୱ ଚାମ୍ପିଅନସିପ୍ ଟାଇଟଲ୍ ଜିତିବା ପରେ ଚେସ୍ ଫେଡେରେସନ୍ ବିଶ୍ୱ ରାଙ୍କିଙ୍ଗ୍‌ ପ୍ରକାଶ କରିଛି ଯେଉଁଥିରେ ଅନୁପ୍ରିୟା ପ୍ରଥମ ସ୍ଥାନ ପାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ