Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଣିକି ପାଶ୍ଚାତ୍ୟ ପୋଷାକ ପିନ୍ଧି ମନ୍ଦିରକୁ ଯାଇପାରିବେନି ଭକ୍ତ

ନୂଆଦିଲ୍ଲୀ: ହରିଦ୍ୱାରରେ ଥିବା ମନ୍ଦିରଗୁଡ଼ିକୁ ପାଶ୍ଚାତ୍ୟ ପୋଷାକ ପିନ୍ଧି ପ୍ରବେଶ କରିବା ମନା। ଛୋଟ ପୋଷାକ ପିନ୍ଧିଥିଲେ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ। ଏକ ଧାର୍ମିକ ସଂଗଠନର ବରିଷ୍ଠ ପୁରୋହିତ କହିଛନ୍ତି ଯେ ଶରୀରର କୌଣସି ଅଙ୍ଗକୁ ପ୍ରକାଶ କରିବା ଭାରତୀୟ ସଂସ୍କୃତିରେ ଗ୍ରହଣୀୟ ନୁହେଁ ଏବଂ ବାସ୍ତବରେ ଦକ୍ଷିଣରେ ଥିବା ମନ୍ଦିରଗୁଡ଼ିକରେ ମଧ୍ୟ ଛୋଟ ପୋଷାକ ବିରୁଦ୍ଧରେ ନିୟମ ରହିଛି।
ସେ ପୁରୁଷ ହୁଅନ୍ତୁ କିମ୍ବା ମହିଳା ଛୋଟ ପୋଷାକ ପିନ୍ଧିଥିଲେ ମନ୍ଦିର ଭିତରକୁ ଏଣ୍ଟ୍ରି କରିପାରିବେ ନାହିଁ।

ଅଖିଲ ଭାରତୀ ଅଖରା ପରିଷଦର ସଭାପତି ରବିନ୍ଦ୍ର ପୁରୀ କହିଛନ୍ତି ଯେ ଶରୀରର କିଛି ଅଙ୍ଗ ପ୍ରଦର୍ଶନ କରିବା ଭାରତୀୟ ସଂସ୍କୃତିରେ ଗ୍ରହଣୀୟ ନୁହେଁ ବୋଲି ବିବେଚନା କରାଯାଏ। ଯେଉଁ କାରଣରୁ ଦକ୍ଷିଣ ଭାରତର ମନ୍ଦିରରେ ଛୋଟ ପୋଷାକ ପିନ୍ଧିବା ଉପରେ ପୂର୍ବରୁ ନିଷେଧାଦେଶ ରହିଛି।

ମହନ୍ତ କହିଛନ୍ତି ଯେ ମନ୍ଦିର ହେଉଛି ଆଧ୍ୟାତ୍ମିକ ସ୍ଥାନ। ଏହା ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ନୁହେଁ। ତେଣୁ ଦର୍ଶନ ପାଇଁ ଉପଯୁକ୍ତ ପୋଷାକ ପିନ୍ଧିବା ଆବଶ୍ୟକ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଠାରେ ମନ୍ଦିର ପରିଦର୍ଶନ କରିବା ସମୟରେ ଭକ୍ତଙ୍କ ଶରୀରର ୮୦ ପ୍ରତିଶତ ଆଚ୍ଛାଦିତ ହେବା ଉଚିତ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ