Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଋଷ-ୟୁକ୍ରେନ୍‌ ଯୁଦ୍ଧ; ସବୁଠୁ ବଡ ଡ୍ୟାମ୍‌ ଭାଙ୍ଗିଲା ଋଷ, ୟୁକ୍ରେନ୍‌ରେ ଭୟଙ୍କର ବନ୍ୟା ବିପର୍ଯ୍ୟୟ

ନୂଆଦିଲ୍ଲୀ: ୟୁକ୍ରେନରେ ପ୍ରଳୟଙ୍କରୀ ବନ୍ୟା। ଋଷ-ୟୁକ୍ରେନ ଯୁଦ୍ଧରେ ସବୁଠାରୁ ବଡ ଡ୍ୟାମ କାଖୋୱକା ଭାଙ୍ଗିବା ପରେ ୟୁକ୍ରେନରେ ମାଡିଆସିଛି ଅତି ଭୟଙ୍କର ବନ୍ୟା। ଅଧିକାଂଶ ସ୍ଥାନ ଜଳବନ୍ଦୀ ହୋଇରହିଛି। ଯାହାକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାରେ। ଋଷ-ୟୁକ୍ରେନ୍‌ ଯୁଦ୍ଧରେ ଭୁଶୁଡିଗଲା ନୋଭା କାଖୋୱକା ଡ୍ୟାମ୍‌। ଯାହା ଫଳ‌ରେ ୩୦ଟି ଜନବସତି ସଂପୂର୍ଣ୍ଣ ବୁଡ଼ି ଯାଇଛିଥିବା ଜଣାପଡ଼ିଛି।

ଏହାସହିତ ଆହୁରି ୫୦ରୁ ଅଧିକ ସହର ଏବଂ ଗାଁରେ ଭୟଙ୍କର ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଦକ୍ଷିଣ ୟୁକ୍ରେନର ଋଷ ଅଧିକୃତ ଖେରସନ ପ୍ରଦେଶରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ ୟୁକ୍ରେନର ଉଦ୍ଧାରକାରୀ ଦଳ ଖେରସନ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବାରେ ନିୟୋଜିତ ଅଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ବନ୍ୟା ପ୍ରବଣ ଦକ୍ଷିଣ ଖେରସନ ଅଞ୍ଚଳ ବୁଲି ଦେଖିବା ସହ ସ୍ଥିତି ସମୀକ୍ଷା କରିଛନ୍ତି। ନଦୀର ଉଭୟ ପାର୍ଶ୍ବରୁ ୬ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ