Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କୁ ହତ୍ୟା ଧମକ

ମୁମ୍ବାଇ: ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କୁ ହତ୍ୟା ଧମକ। ହ୍ୱାଟ୍ସଆପ୍‌ ମେସେଜ୍‌ରେ ମିଳିଛି ହତ୍ୟା ଧମକ। ଏ ନେଇ ଅଭିଯୋଗ କରିଛନ୍ତି ତାଙ୍କ ଝିଅ ତଥା ଏନ୍‌ସିପି ସାଂସଦ ସୁପ୍ରିଆ ସୁଲେ। ମହାରାଷ୍ଟ୍ର ସରକାର ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ମାମଲାରେ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି।

ଏକ ୱେବ୍‌ସାଇଟ୍‌ ଜରିଆରେ ଶରଦ ପାୱାରଙ୍କୁ ଧମକ ଦିଆଯାଇଛି ସୁପ୍ରିୟା କହିଛନ୍ତି। ସୁପ୍ରିୟା କହିଛନ୍ତି “ ଶରଦ ପାୱାରଙ୍କ ନାଁରେ ମୋତେ ଏକ ମେସେଜ୍ ମିଳିଛି ବୋଲି ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ମୋତେ ନ୍ୟାୟ ଦରକାର। ମୁଁ ନ୍ୟାୟ ମାଗିବାକୁ ପୁଲିସ ପାଖକୁ ଆସିଛି। ମୁଁ ମହାରାଷ୍ଟ୍ର ଗୃହମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଅନୁରୋଧ କରୁଛି। ଏଭଳି ନିମ୍ନ ମାନର ରାଜନୀତି ବନ୍ଦ ହେବା ଦରକାର।”

ସେ ଆହୁରି କହିଛନ୍ତି “ପାୱାର ସାହାବଙ୍କ ସୁରକ୍ଷା କରିବା ଗୃହ ମନ୍ତ୍ରଣାଳୟର ଦାୟିତ୍ୱ। ଗୃହମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବା ଉଚିତ୍। ଶରଦ ପାୱାର ହେଉଛନ୍ତି ଦେଶର ନେତା। ଏନସିପି ମୁଖ୍ୟଙ୍କୁ ଧମକ ମିଳିଥିବା ମୁଁ ପୋଲିସକୁ ଜଣାଇଛି। ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି।”

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ