Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଲାଞ୍ଜିଗଡ଼ ବିଧାୟକଙ୍କ ନିଆରା ପଦକ୍ଷେପ:ନିଜ ଜନ୍ମଦିନରେ ଆରମ୍ଭ କଲେ ଜନସଂପର୍କ ଅଭିଯାନ,ଦ୍ବିତୀୟ ଦିନରେ ବୁଲିଲେ ଗୋବର୍ଦ୍ଧନପୁର, କମର୍ଦ୍ଧା ଓ ପୋଖରୀବନ୍ଧ ପଞ୍ଚାୟତ

କଳାହାଣ୍ଡି,୦୯/୦୬-ନିଜ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରି ଚର୍ଚ୍ଚାର ଶୀର୍ଷରେ ରହିଛନ୍ତି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ! ବାହାନଗା ଟ୍ରେନ୍ ଦୁର୍ଘଟଣା ଯୋଗୁଁ ନିଜ ଜନ୍ମଦିନ ପାଳନ ନକରିବାକୁ ନିଷ୍ପତ୍ତି ନେଇଥିବା ବିଧାୟକ ଶ୍ରୀ ଦିଶାରୀ ନିଜ ଜନ୍ମଦିନରେ ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ତଥା ମାଓପ୍ରବଣ ଭୁର୍ଟିଗଡ଼ ପଞ୍ଚାୟତର ବିଭିନ୍ନ ଗାଁ ଗସ୍ତ କରିବା ସହିତ ଆରମ୍ଭ କରିଛନ୍ତି ଜନ ସଂପର୍କ ଅଭିଯାନ ! ଆଉ କିଛି ମାସ ପରେ ନିର୍ବାଚନ ହେବାକୁ ଥିବାବେଳେ ଏଇ ଅଭିଯାନକୁ ବିରୋଧୀ ମହଲ ପଲିଟିକାଲ୍ ଷ୍ଟଣ୍ଟ ବୋଲି କହୁଥିବାବେଳେ ବିଧାୟକ ଶ୍ରୀ ଦିଶାରୀ କିନ୍ତୁ ବ୍ଲକର ଗାଁକୁ ଗାଁ ବୁଲି ସ୍ଥାନୀୟ ଲୋକଙ୍କ ସହିତ ଅଞ୍ଚଳର ବିଭିନ୍ନ ସମସ୍ୟାଗୁଡ଼ିକ ସଂପର୍କରେ ଆଲୋଚନା କରୁଛନ୍ତି ! ଅଭିଯାନର ପ୍ରଥମ ଦିନ ତଥା ନିଜର ଜନ୍ମଦିନରେ ବିଧାୟକ ଶ୍ରୀ ଦିଶାରୀ ଭୁର୍ଟିଗଡ଼ ପଞ୍ଚାୟତର ପୁଜୁଗୁଡ଼ା, ଭୁର୍ଟିଗଡ଼, ଶିରିଗାଁ, କଟୋଡ଼ି, ପାଲକୀ, ମହିନାଲ୍, କାଦୋମସ୍କା ଓ କଳାହାଣ୍ଡି-କନ୍ଧମାଳ ଜିଲ୍ଲା ସୀମାନ୍ତରେ ଥିବା ମେର୍ଡିକୁପା ଆଦି ବିଭିନ୍ନ ଗାଁ ଗସ୍ତ କରିବା ସହିତ ସ୍ଥାନୀୟ ସମସ୍ୟାଗୁଡ଼ିକ ସଂପର୍କରେ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ । ସେହିପରି ଅଭିଯାନର ଦ୍ବିତୀୟ ଦିନରେ ବିଧାୟକ ଶ୍ରୀ ଦିଶାରୀ ବ୍ଲକର ଗୋବର୍ଦ୍ଧନପୁର ପଞ୍ଚାୟତର ଗୋପାଳପୁର, ଟେକରତୋଳା, ରାମଚନ୍ଦ୍ରପୁର, ମଧୁପୁର, ଲକଟାଖମନ, ପାଣିିମୁଣ୍ଡା, ଗୋବର୍ଦ୍ଧନପୁର ଦେଇ କମର୍ଦ୍ଧା ପଞ୍ଚାୟତର ଉଲିଗୁଞ୍ଜେର, କମର୍ଦ୍ଧା, ମୁଣ୍ଡାଗାଁ, ଗନ୍ଧରବାରୁ, ମସ୍କାଗୁଡ଼ା, ପିପଲପଡ଼ା ସମେତ ବକଟୀ, ଧାମନକଟା ଆଦି ଗାଁ ଗସ୍ତ କରିବା ସହିତ ଜନସାଧାରଣଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ! ସେହିପରି ବିଧାୟକ ଶ୍ରୀ ଦିଶାରୀ ପୋଖରୀବନ୍ଧ ପଞ୍ଚାୟତର ପୋଖରୀବନ୍ଧ, ବିନାୟକପୁର, କର୍ଲାକୁପା, ବକଟପୁର ଆଦି ଗାଁ ଗସ୍ତ କରିଥିଲେ ! ଇରକୁଲି ଗାଁକୁ ଆସି ରହିଥିବା ବେଡ଼ାଗାଁ ପଞ୍ଚାୟତ ସୋରଦେହେଡ଼ା ଗାଁର ଆଦିବାସୀ ପରିବାରମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ! ବିଧାୟକ ଶ୍ରୀ ଦିଶାରୀଙ୍କ ସହିତ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ଅଞ୍ଜଳି ମାଝୀ, ପରୀକ୍ଷିତ ନାଏକ, ବିଜେଡି ୧ ନମ୍ବର ଜୋନ୍ ସଭାପତି ଚନ୍ଦ୍ରଶେଖର ମହାପାତ୍ର, ବିଜେଡି ନେତା ଜଗଦୀଶ ବେନିଆଁ, ମନୋହର ହରପାଲ, ଯୁବନେତା ହିମାଦ୍ରୀ ପେସନିଆ, ବରିଷ୍ଠ ବିଜେଡ଼ି ନେତା ହରିଶ୍ଚନ୍ଦ୍ର ବୁଦ୍ଧିଆ, ପ୍ରସନ୍ନ ପରିଡ଼ା, ଟଙ୍କଧର ମାଝୀ, ସୁବନ ଭୋଇ, ସୌରଭ ପାତ୍ର, ସରୋଜ ପ୍ରଧାନ, ଅଜିତ ପ୍ରଧାନ, ପିଣ୍ଟୁ ପତି, ସଞ୍ଜୀବ ପଣ୍ଡା, ବନମାଳୀ ମାଝୀ, ମୁକେଶ ବେହେରାଙ୍କ ସମେତ ବହୁ ସଂଖ୍ୟକ ବିଜେଡି ନେତା ଓ କର୍ମୀ ଏଇ ଗସ୍ତରେ ସାମିଲ ଥିଲେ।