ଗଜପତି ଜିଲ୍ଲାର ଅଗ୍ରଣୀ ପ୍ରଗତି ମହିଳା ସଂଗଠନ ପକ୍ଷରୁ କୁମାର ପୂର୍ଣ୍ଣିମା ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ
ପାରଳାଖେମୁଣ୍ଡି:୨୪/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ ” ପ୍ରଗତି ମହିଳା ସଂଗଠନ ପକ୍ଷରୁ,ଆଜି, ପୂର୍ବାହ୍ନ ସମୟ ରେ ସଂଗଠନର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ଙ୍କ ଅଧ୍ୟକ୍ଷତା ରେ, ପାରଳାଖେମୁଣ୍ଡି ସ୍ଥିତ ୟୁ ଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ପରିସର ରେ,ଆଗାମୀ ୨୫ ତାରିଖ ରେ ହେବାକୁ ଥିବା କୁମାର ପୂର୍ଣ୍ଣିମା ଅବସରରେ , ବହୁ ଛାତ୍ରୀ ଓ ମହିଳା ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମ କୁ ପ୍ରଗତି ମହିଳା ସଂଗଠନ ର ଉପଦେଷ୍ଟା ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା ସଂଯୋଜନା କରିଥିଲେ ,ଏଥିରେ ବିଚାରକ ଭାବେ, ଅବସର ପ୍ରାପ୍ତ ଏସ:ବି:ଆଇ ବ୍ୟାଙ୍କ ମ୍ୟାନେଜର, ଶ୍ରୀ ହରୀ ମୋହନ ପଟ୍ଟନାୟକ, ଅବସର ପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ରାମ ଚନ୍ଦ୍ର ପାଢ଼ୀ ଏବଂ କାର୍ଯ୍ୟକ୍ରମ ର ଅନ୍ୟତମ ଅତିଥି ଶୁଭ୍ରା ପଟ୍ଟନାୟକ ପ୍ରମୁଖ,ପ୍ରତିଯୋଗିତାରେ ସେମାନଙ୍କ ବିଚାରକ ଦାୟିତ୍ୱ ସମ୍ପନ୍ନ କରିଥିଲେ ।
ପ୍ରତିଯୋଗିତାରେ ବହୁ ଛାତ୍ରୀ ଓ ମହିଳା ମାନେ ଯୋଗ ଦେଇ ପୁଚି, ହୁଳହୁଲି, ମ୍ୟୁଜିକ ଚେୟାର, ପିଠା, ଚୁଢିସଜା, ତର୍କ, ପ୍ରଭୃତି ପ୍ରତିଯୋଗିତାରେ ଭାଗ ନେଇଥିଲେ ।

