Cyclone Preparedness: ବାତ୍ୟା ପାଇଁ BMCରେ ଛୁଟି ବାତିଲ୍, ୨୨୫ ଅଗ୍ନିଶମ ଟିମ୍ ପ୍ରସ୍ତୁତ
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ଭୁବନେଶ୍ୱରରେ ପ୍ରସ୍ତୁତି ଜୋରଦାର ହୋଇଛି। BMC ପକ୍ଷରୁ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ୍ କରାଯାଇଛି। ଜଳବନ୍ଦୀ ରୋକିବା, ରାସ୍ତାରୁ ଗଛ ହଟାଇବା ଓ ଷ୍ଟ୍ରିଟ୍ ଲାଇଟ୍ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟରେ ଅବହେଳା କଲେ JE ଓ AEଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ।
ଜଳବନ୍ଦୀ ପ୍ରବଣ ଅଞ୍ଚଳରେ ପମ୍ପ ଓ ଅପରେଟର ମୁତୟନ ହେବେ। ଗଛ ଉପୁଡ଼ି ରାସ୍ତା ଅବରୋଧ ହେଲେ ତୁରନ୍ତ ହଟାଇବା ପାଇଁ ୯ରୁ ୧୦ଟି ଟିମ୍ ପ୍ରସ୍ତୁତ ରହିବେ। ଆବଶ୍ୟକ ପଡ଼ିଲେ ବସ୍ତିବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ ଏବଂ ବିଦ୍ୟୁତ୍ କାଟ୍ ସମ୍ପର୍କରେ TPCODL ଆଗୁଆ ସୂଚନା ଦେବ।
ଅନ୍ୟପଟେ, ଅଗ୍ନିଶମ ବିଭାଗ ୧୩୦୦ କର୍ମଚାରୀ ଓ ୨୨୫ଟି ଟିମ୍କୁ ପ୍ରସ୍ତୁତ ରଖିଛି। ଉଦ୍ଧାର କାର୍ଯ୍ୟ ପାଇଁ ୧୦୦ରୁ ଅଧିକ ବୋଟ୍ ସହ ଆବଶ୍ୟକ ଉପକରଣ ମୁତୟନ କରାଯିବ। ବାତ୍ୟା ସମୟରେ ଜଳ ନିଷ୍କାସନ, ରାସ୍ତା ସଫା ଓ ଜରୁରୀ ସେବା ପୁନରୁଦ୍ଧାର ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି।

