Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଣିକି ଇଣ୍ଟରନେଟରେ ମନଇଛା ପାରିବେନି ପୋଷ୍ଟ; ବ୍ୟାନ୍‌ ହେବ ୧୧ ପ୍ରକାର ପୋଷ୍ଟ

ନୂଆଦିଲ୍ଲୀ: ଇଣ୍ଟରନେଟ୍ ନିୟନ୍ତ୍ରଣ ତଥା ଉଦୀୟମାନ ସାଇବର ଅପରାଧର ସମାଧାନ ପାଇଁ ଡିଜିଟାଲ୍ ଇଣ୍ଡିଆ ବିଲ୍ ନାମକ ନୂତନ ଆଇନ ପ୍ରସ୍ତୁତ କରୁଛନ୍ତି ସରକାର। ଏଣିକି ଆଉ କେହି ଇଣ୍ଟରନେଟରେ ମନଇଛା ପୋଷ୍ଟ କରିପାରିବେନି। ବ୍ୟାନ୍‌ ହୋଇଯିବ ଏହି ୧୧ ପ୍ରକାରର ପୋଷ୍ଟ। ଏ ନେଇ ସୂଚନା ଦେଇଛନ୍ତି ଆଇଟି ରାଷ୍ଟ୍ରମନ୍ତ୍ରୀ  ରାଜୀବ ଚନ୍ଦ୍ରଶେଖର। ସେ କହିଛନ୍ତି ଯେ ଶିଶୁ ଯୌନ ଶୋଷଣ , ଧାର୍ମିକ ଉତ୍ତେଜନା , ଏବଂ ଭୁଲ ତଥ୍ୟ ସହିତ ୧୧ ପ୍ରକାର ଅନଲାଇନ୍ ବିଷୟବସ୍ତୁକୁ ନିଷିଦ୍ଧ କରିବା ପାଇଁ ବ୍ୟବସ୍ଥା କରାଯିବ।

ଚନ୍ଦ୍ରଶେଖର ଦର୍ଶାଇଛନ୍ତି ଯେ ଅନ୍ୟ ନିଷିଦ୍ଧ ବିଷୟବସ୍ତୁରେ ଅଶ୍ଳୀଳତା, ପିଲାମାନଙ୍କ ପାଇଁ କ୍ଷତିକାରକ ବିଷୟବସ୍ତୁ, କପିରାଇଟ୍ ଉଲ୍ଲଂଘନ, ବିଭ୍ରାନ୍ତିକର ବିଷୟବସ୍ତୁ, ଭାରତର ଏକତା ଏବଂ ଅଖଣ୍ଡତା ବିରୁଦ୍ଧରେ ବିଷୟବସ୍ତୁ, କମ୍ପ୍ୟୁଟର ମାଲୱେୟାର ଏବଂ ବେଆଇନ ଅନଲାଇନ୍ ଖେଳ ଅନ୍ତର୍ଭୁକ୍ତ ହେବ। ଖୁବଶୀଘ୍ର ସଂସଦରେ ଏହି ବିଲ ଉପସ୍ଥାପନ କରାଯିବ । ଏହା ଆଇନ ଲାଗୁ ହେବା ପରେ ଅମାନିଆ ସୋସିଆଲ ମିଡ଼ିଆ ସଂସ୍ଥାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭାରତରେ ବର୍ତ୍ତମାନ ୮୫୦ ନିୟୁତ ଇଣ୍ଟରନେଟ୍ ବ୍ୟବହାରକାରୀ ଅଛନ୍ତି। ୨୦୨୫ ସୁଦ୍ଧା ଏହି ସଂଖ୍ୟା ୧.୨ ବିଲିୟନକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।

More Stories