Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

WPL 2027 Auction: ମାତ୍ର ୧୫ ବର୍ଷ ବୟସରେ ଇତିହାସ ରଚିଲେ ଉମା କାଶ୍ୱୀ, ୧୦ ଲକ୍ଷ ଟଙ୍କାରେ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍‌କୁ ମିଳିଛି ଆଉ ଜଣେ ଯୁବ ପ୍ରତିଭା। କର୍ଣ୍ଣାଟକର ୧୫ ବର୍ଷୀୟ କ୍ରିକେଟର ଉମା କାଶ୍ୱୀ ମହିଳା ପ୍ରିମିୟର ଲିଗ୍‌ (WPL) ୨୦୨୭ ନିଲାମରେ ଇତିହାସ ରଚିଛନ୍ତି। ଅକ୍ଟୋବର ୨୮ରେ କୋଚିଠାରେ ଅନୁଷ୍ଠିତ ନିଲାମରେ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ୧୦ ଲକ୍ଷ ଟଙ୍କାରେ କିଣିଛି।

ଏହି ଚୟନ ସହ ଉମା WPL ନିଲାମରେ କିଣାଯାଇଥିବା ସବୁଠାରୁ କମ୍‌ ବୟସର ଖେଳାଳି ହୋଇଛନ୍ତି। ମାତ୍ର ୧୫ ବର୍ଷ ବୟସରେ ଏହି ସୁଯୋଗ ମିଳିବା ତାଙ୍କ କ୍ରିକେଟ୍‌ ଯାତ୍ରାରେ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି।

ଦିଲ୍ଲୀ କ୍ୟାପିଟାଲ୍ସରେ ସାମିଲ ହେବା ପରେ ଏବେ WPL ୨୦୨୭ରେ ଉମାଙ୍କ ପ୍ରଦର୍ଶନ ଉପରେ କ୍ରିକେଟ୍‌ପ୍ରେମୀଙ୍କ ନଜର ରହିବ। ଏହି ନିଲାମ ମାଧ୍ୟମରେ ଯୁବ ଖେଳାଳିଙ୍କ ପାଇଁ ମହିଳା କ୍ରିକେଟ୍‌ରେ ନିଜ ପ୍ରତିଭା ଦେଖାଇବାର ଆଉ ଏକ ସୁଯୋଗ ସୃଷ୍ଟି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories