Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶରଦ ପାଓ୍ଵାରଙ୍କ ବଡ଼ ନିଷ୍ପତ୍ତି, ଝିଅ ସୁପ୍ରିୟା ସୁଲେଙ୍କୁ କଲେ NCPର କାର୍ଯ୍ୟକାରୀ ଅଧ୍ୟକ୍ଷ

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି)ରେ ପୁଣି ଥରେ ରାଜନୀତି ସରଗରମ ହୋଇ ଉଠିଛି। ଶନିବାର ପାର୍ଟି ପ୍ରମୁଖ ଶରଦ ପାଓ୍ଵାର ଝିଅ ସୁପ୍ରିୟା ସୁଲେ ଏବଂ ପ୍ରଫୁଲ ପଟେଲଙ୍କୁ ଏନସିପିର ନୂତନ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରେ ନିଯୁକ୍ତ କରିଛନ୍ତି। ମେ ମାସରେ ପାର୍ଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଘୋଷଣା କରି ସାରିଥିବା ପାଓ୍ଵାର ସେ ସମୟରେ ନୂତନ କାର୍ଯ୍ୟକାରୀ ଅଧ୍ୟକ୍ଷ କଥା ଉଠାଇଥିଲେ। ହେଲେ କିଛି ଦିନ ପରେ ସେ ନିଜ ନିଷ୍ପତ୍ତି ପ୍ରତ୍ୟାହାର କରିଥିଲେ।

ଏବେ ସାଂସଦ ସୁପ୍ରିୟା ସୁଲେଙ୍କୁ ପାର୍ଟି ପଞ୍ଜାବ ଏବଂ ହରିୟାଣାର ଦାୟିତ୍ଵ ଦେଇଛି। ପାଓ୍ଵାରଙ୍କ ଇସ୍ତଫା ଘୋଷଣା ପରଠୁ ସୁଲେଙ୍କ ନାମ ଚର୍ଚ୍ଚାକୁ ଆସିଥିଲା। ତାଙ୍କ ବ୍ୟତୀତ ପୁତୁରା ଅଜିତ୍ ପାଓ୍ଵାର ଏବଂ ଏନସିପିର ମହାରାଷ୍ଟ୍ର ପ୍ରମୁଖ ଜୟନ୍ତ ପାଟିଲଙ୍କୁ ମଧ୍ୟ ଅଧ୍ୟକ୍ଷ ପଦ ପାଇଁ ବଡ଼ ଦାବିଦାର କୁହାଯାଉଥିଲା। ହେଲେ ଶନିବାର ଶରଦ ପାଓ୍ଵାର ଝିଅ ସୁପ୍ରିୟାଙ୍କ ସହ ପ୍ରଫୁଲ୍ ପଟେଲଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ଦାୟିତ୍ଵ ଦେଇଛନ୍ତି। ପାର୍ଟି କ୍ୟାଡର ପାଓ୍ଵାରଙ୍କୁ ଇସ୍ତଫା ନ ଦେବାକୁ ଅନୁରୋଧ କରିଥିଲେ।

୨୦୨୦ରେ ଶରଦ ପାଓ୍ଵାର ଝିଅ ସୁଲେଙ୍କୁ ବଡ଼ ଦାୟିତ୍ଵ ଦେବାର ସଙ୍କେତ ମଧ୍ୟ ଦେଇଥିଲେ। ସେ କହିଥିଲେ ଝିଅ ସୁପ୍ରିୟା ଜାତୀୟ ରାଜନୀତି ଏବଂ ସଂସଦରେ କାମ କରିବାକୁ ରୁଚି ରଖୁଛି। ସୁଲେଙ୍କୁ ସର୍ବଶ୍ରେଷ୍ଠ ସାଂସଦ ପୁରସ୍କାରରେ ମଧ୍ୟ ପୁରସ୍କୃତ କରାଯାଇଛି। ଏବେ ଶରଦ ପାଓ୍ଵାରଙ୍କ ଏହି ନିଷ୍ପତ୍ତି ପୁତୁରା ଅଜିତ୍ ପାଟିଲଙ୍କ ପାଇଁ ବଡ଼ ଝଟକା ସଦୃଶ ହୋଇଛି।

More Stories