Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିସିଏସ୍‌ରେ ଇସ୍ତଫା ଦେଉଛନ୍ତି ମହିଳା କର୍ମଚାରୀ

ନୂଆଦିଲ୍ଲୀ: ଭାରତର ସର୍ବବୃହତ ଆଇଟି କମ୍ପାନୀ ମଧ୍ୟରୁ ଅନ୍ୟତମ ଟିସିଏସ୍। ଯେଉଁଥିରେ ଦେଶର ସର୍ବାଧିକ ମହିଳା କର୍ମଚାରୀ କାମ କରନ୍ତି। ମହାମାରୀ ସମୟରେ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୱାର୍କ ଫ୍ରମ୍‌ ହୋମ୍‌ ପାଇଁ କମ୍ପାନୀ ନିର୍ଦ୍ଦେଶ ଦେଇଥିଲେ। ପରେ ଯେତେବେଳେ ପୁନଃ ଅଫିସ୍‌ରୁ କାର୍ଯ୍ୟ କରିବା ପାଇଁ କର୍ମଚାରୀଙ୍କୁ କୁହାଗଲା ଏହାପରେ ଇସ୍ତଫା ସଂଖ୍ୟା ବଢିବାରେ ଲାଗିଛି।

ବିଶେଷ କରି ମହିଳାଙ୍କ କ୍ଷେତ୍ରରେ ଇସ୍ତଫା ହାର ଅଧିକ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଅଧିକ ମହିଳା କର୍ମଚାରୀ TCS ରେ ଇସ୍ତଫା ଦେଉଥିବା ଜଣାପଡ଼ିଛି। ଏହାର କାରଣ ହେଉଛି ୱାର୍କ ଫ୍ରମ୍‌ ହୋମ୍‌ ବଦଳରେ ଅଫିସରେ ଯାଇ କାମ କରିବା।

ଟିସିଏସ୍ କହିଛି ଯେ ଏହାର ମହିଳା କର୍ମଚାରୀଙ୍କ ମଧ୍ୟରେ ଇସ୍ତଫା ହାର ପୁରୁଷ କର୍ମଚାରୀଙ୍କଠୁ ଅଧିକ ରହିଛି। ୱାର୍କ ଫ୍ରମ୍‌ ହୋମ୍‌ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଛି। ଟିସିଏସ୍‌ର ମୁଖ୍ୟ ମାନବ ସମ୍ବଳ ଅଧିକାରୀ କହିଛନ୍ତି ପ୍ରାୟ ୩୫ ପ୍ରତିଶତରୁ ଅଧିକ ମହିଳା କର୍ମଚାରୀ ଏଥିପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ