Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋହଭରା ଚିଠି ଲେଖି ମୁକ୍ତି ପାଇଁ ନିବେଦନ କଲେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ

ନୂଆଦିଲ୍ଲୀ: ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଶ୍ରୀଲଙ୍କାର ନାଗରିକ ଏମ.ଟି ସନ୍ଥନ ଓରଫ୍‌ T Suthenthiraraj ସେଣ୍ଟ୍ରାଲ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ପାଇଁ ସନ୍ଥନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ବର୍ତ୍ତମାନ ସେ ତାଙ୍କ ସ୍ୱତନ୍ତ୍ର କ୍ୟାମ୍ପରୁ ଏକ ଚିଠି ଲେଖି ଘରକୁ ଫେରିବାକୁ ନିବେଦନ କରିଛନ୍ତି।

ନଭେମ୍ବର ୧୧, ୨୦୨୨ ରେ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଦଣ୍ଡ ଭୋଗୁଥିବା ୬ ଜଣ ଦୋଷୀଙ୍କୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆଦେଶର ଗୋଟିଏ ଦିନ ପରେ ନଲିନୀ, ଶ୍ରୀହରନ୍, ସନ୍ଥନ୍, ରୋବର୍ଟ ପାୟାସ, ଜୟକୁମାର ଏବଂ ରବିଚନ୍ଦ୍ରନଙ୍କୁ ୩୨ ବର୍ଷ ପରେ ଜେଲରୁ ମୁକ୍ତ କରାଯାଇଥିଲା। କିନ୍ତୁ ନଲିନୀ ଏବଂ ରବିଚନ୍ଦ୍ରନଙ୍କୁ ସେମାନଙ୍କ ପରିବାରର ସହ ଦେଖା କରିବାକୁ ଅନୁମତି ଦିଆଯାଇଥିଲା। କିନ୍ତୁ ଅନ୍ୟ ଚାରିଜଣଙ୍କୁ ଟ୍ରାଇ ସେଣ୍ଟ୍ରାଲ ଜେଲର ଏକ ସ୍ୱତନ୍ତ୍ର ଶିବିରରେ ରଖାଯାଇଥିଲା। ଚାରିଜଣ ଶ୍ରୀଲଙ୍କାର ନାଗରିକ ହୋଇଥିବାରୁ ଏହା କରାଯାଇଥିଲା।

ମୁକ୍ତି ପାଇଁ ତାଙ୍କ କୋଠରୀରୁ ଏକ ଆବେଗଭରା ଚିଠି ଲେଖିଛନ୍ତି ସନ୍ଥନ। ଏହି ଚିଠିରେ ସେ କହିଛନ୍ତି ଯେ ସେ ସୂର୍ଯ୍ୟଙ୍କୁ ମଧ୍ୟ ଦେଖିପାରୁନାହାନ୍ତି। ଏହି ଚିଠି ମାଧ୍ୟମରେ ସେ ସାରା ଦେଶର ତାମିଲମାନଙ୍କୁ ସ୍ବର ଉଠେଇବାକୁ ନିବେଦନ କରିଛନ୍ତି ଯାହା ଫଳରେ ସେ ନିଜ ଦେଶକୁ ଫେରିପାରିବେ।

ସନ୍ଥନ ଏହି ଚିଠିରେ ଲେଖିଛନ୍ତି ଯେ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ ଚିଠି ଲେଖିଛି ଯେ ମୋତେ ଶ୍ରୀଲଙ୍କା ପଠାଇବା ପାଇଁ ବ୍ୟବସ୍ଥା କରାଯାଉ। ଚେନ୍ନାଇର ଶ୍ରୀଲଙ୍କା ଡେପୁଟି ହାଇ କମିଶନ କାର୍ଯ୍ୟାଳୟକୁ ଯିବାକୁ ଅନୁମତି ଦେବାକୁ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲି କିନ୍ତୁ ଯାହାଦ୍ବାରା ମୁଁ ମୋର ପାସପୋର୍ଟ ନବୀକରଣ କରିପାରିବି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ କୌଣସି ଉତ୍ତର ପାଇନାହିଁ।

ସେ ଚିଠିରେ ଲେଖିଛନ୍ତି, ମୁଁ ଗତ ୩୨ ବର୍ଷ ଧରି ମା’ଙ୍କୁ ଭେଟି ନାହିଁ ଏବଂ ମୁଁ ନିଜକୁ ଦୋଷୀ ମନେ କରୁଛି ଯେ ଏହି ବୟସରେ ମୁଁ ତାଙ୍କୁ ସାହାଯ୍ୟ କରିପାରୁ ନାହିଁ। କର୍ତ୍ତୃପକ୍ଷ ଆମକୁ ଜୀବିତ ରଖିଛନ୍ତି କିନ୍ତୁ ଆମକୁ ବଞ୍ଚିବାକୁ ଦେଉ ନାହାଁନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ