Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେସିଙ୍ଗା ବ୍ଲକ ଅନୁସୂଚିତ ଜାତି ବିକାଶ ପରିଷଦର ନୂତନ କର୍ମକର୍ତ୍ତା

କଳାହାଣ୍ଡି,୧୨/୦୬-କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକରେ ଦୀର୍ଘ ଦିନ ଧରି ଅନୁସୂଚିତ ଜାତିଙ୍କ ବିକାଶ ଦିଗରେ କାର୍ଯ୍ୟ କରୁଥିବା ଅନୁସୂଚିତ ଜାତି ବିକାଶ ପରିଷଦ (ଡମ ସମାଜ) ପୁନଃଗଠନ କରାଯିବା ସହିତ ବ୍ଲକର ୨୬ଟି ପଞ୍ଚାୟତର କର୍ମକର୍ତ୍ତାଙ୍କୁ ନୂତନ ବ୍ଲକ କମିଟି ଗଠନ କରାଯାଇଛି ! ଏଥିରେ ସର୍ବ ସମ୍ମତି କ୍ରମେ କ୍ଷେତ୍ରମୋହନ ସେନାପତିଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିବାବେଳେ ଉପସଭାପତି ଭାବେ ଅନଙ୍ଗ ତାଣ୍ଡି, ବାପି ବେହେରା, ଗୋପାଳ ନାଏକ, ସାଧାରଣ ସଂପାଦକ ଭାବେ ଦୁଃଖୀ କୁମାର, ସହ ସଂପାଦକ ଭାବେ ବଳଦେବ ହରପାଲ, ଗଜାନନ ସୁନାନୀ, କୋଷାଧ୍ୟକ୍ଷ ଭାବେ ସୁଜନ ଛତ୍ରିଆ, ଆଇନ ପରାମର୍ଶଦାତା ଭାବେ ହରିପ୍ରସାଦ ତାଣ୍ଡି, କ୍ରୁଷ୍ଣଚନ୍ଦ୍ର ନାଗ, ସଂଯୋଜକ ଭାବେ ବିପିନ ବିହାରୀ ତାଣ୍ଡି, ସାମାଜିକ ଗଣମାଧ୍ୟମ ସଂଯୋଜକ ଭାବେ ଜଗନ୍ନାଥ ସୁନାଙ୍କୁ ମନୋନୟନ କରାଯାଇଥିଲା ! ସେହିପରି ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଭାବେ ଗଣେଶ୍ବର ତାଣ୍ଡି, ବେଲାଳସେନ ବେହେରା, ନବକିଶୋର ନାଏକ, ରମେଶ ଚନ୍ଦ୍ର କୁମାର, ଜଗଦୀଶ ଦୀପ, ହେମନ୍ତ ନାଗ, ସତ୍ୟାନନ୍ଦ ନାଗ, ସୁରେନ୍ଦ୍ର ବିନିଆ, ଶ୍ୟାମ କୁମାର, ଉପେନ୍ଦ୍ର ନାଗ, ଭିକାରୀଚରଣ ତାଣ୍ଡି ପ୍ରମୁଖ ମନୋନୀତ ହୋଇଥିଲେ !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ