Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସର୍ବକନିଷ୍ଠ ବାଳକକୁ ସ୍ପେସ୍ ଏକ୍ସରେ ନିଯୁକ୍ତି

ନୂଆଦିଲ୍ଲୀ: ୧୪ ବର୍ଷୀୟ ବାଳକକୁ ସ୍ପେସ୍ ଏକ୍ସରୁ ମିଳିଲା ଜବ୍‌ ଅଫର। ନିକଟରେ ଏଲନ୍ ମସ୍କ ଜଣେ ୧୪ ବର୍ଷୀୟ ବାଳକର ପ୍ରତିଭା ଦେଖି ଖୁବ ଆକର୍ଷିତ ହୋଇଥିଲେ। ଏହି ବାଳକର ନାମ ହେଉଛି କୈରନ କାଜି। ବଡ଼ ବଡ଼ ଅଭିଜ୍ଞ ବ୍ୟକ୍ତିଙ୍କୁ ପଛରେ ପକାଇଦେଇଛନ୍ତ କୈରନ। ଏହି ୧୪ ବର୍ଷର ବାଳକ ସ୍ପେସ୍ ଏକ୍ସର ଟେକ୍ନିକାଲ ଚ୍ୟାଲେଞ୍ଜିଂ ଇଣ୍ଟର୍ଭ୍ୟୁରେ ପାସ କରିଛନ୍ତି।

ଇଣ୍ଟର୍ଭ୍ୟୁ ପାସ କରି କୈରନ କାଜି ଏବେ ସ୍ପେସ୍ ଏକ୍ସ ଦ୍ୱାରା ନିଯୁକ୍ତ ହୋଇଛନ୍ତି। ସେ ସ୍ପେସ୍ ଏକ୍ସ ଦ୍ୱାରା ନିଯୁକ୍ତ ହୋଇଥିବା ସର୍ବକନିଷ୍ଠ ବାଳକ। ଏଲନ୍ ମସ୍କ ସଫ୍ଟୱେୟାର ଇଞ୍ଜିନିୟର ଭାବରେ ଯୋଗଦେବାକୁ କୈରନଙ୍କୁ ଅଫର୍ ଦେଇଛନ୍ତି। ଏହି ପଦରେ କୈରନ ଖୁବଶୀଘ୍ର ଯୋଗଦେବେ ବୋଲି କୁହାଯାଉଛି ।

କୈରନ ୧୧ ବର୍ଷ ବୟସରେ କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂ ଅଧ୍ୟୟନ କରିବା ଆରମ୍ଭ କରିଥିଲେ। ଚଳିତ ମାସରେ ସାଣ୍ଟା କ୍ଲାରା ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଛନ୍ତି। ସ୍ପେସ୍ ଏକ୍ସରେ କାମ କରିବାକୁ କୈରନ କାଜି ବେଶ୍‌ ଉତ୍ସାହିତ ଥିବା ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ