Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଢିପାରେ ବ୍ରିଜଭୂଷଣଙ୍କ ମୁସ୍କିଲ, ରେସଲର କେସରେ ୫ ଦେଶର ସହାୟତା ଲୋଡ଼ିଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ମୁସ୍କିଲ ବଢିପାରେ। ମାମଲାର ତଦନ୍ତ ପାଇଁ ଦିଲ୍ଲୀ ପୋଲିସ ୫ ଦେଶର ସହାୟତା ଲୋଡ଼ିଛି। ଦିଲ୍ଲୀ ପୋଲିସ ୫ ଦେଶର କୁସ୍ତି ମହାସଂଘକୁ ଚିଠି ଲେଖି ଭିଡିଓ ଏବଂ ଫଟୋ ଆଦି ସୂଚନା ମାଗିଛି। ବ୍ରିଜଭୂଷଣଙ୍କ ଉପରେ ଇଣ୍ଡୋନେସିଆ, ବୁଲଗେିଆର, କଜାକିସ୍ତାନ, ମଙ୍ଗୋଲିଆ ଏବଂ କିର୍ଗିସ୍ତାନରେ ଆୟୋଜିତ ଟୁର୍ଣ୍ଣାମେଣ୍ଟ ସମୟରେ ଯୌନ ଶୋଷଣର ଅଭିଯୋଗ ଆସିଛି।

ପୋଲିସ୍ ଅଧିକାରୀ କହିଛନ୍ତି, ଏହି ଦେଶଗୁଡ଼ିକର ରେସଲିଂ ଫେଡେରେସନଠୁ ମଗାଯାଇଥିବା ବିବରଣୀ ଜୁନ ୧୫ ସୁଦ୍ଧା ମିଳି ପାରିବ ନାହିଁ। ଏଥିପାଇଁ ଦିଲ୍ଲୀ ପୋଲିସ ଜୁନ ୧୫ ପରେ ବିଦେଶରୁ ମିଳିବାକୁ ଥିବା ବିବରଣୀକୁ ସପ୍ଲିମେଣ୍ଟ ଅଭିଯୋଗ ଫର୍ଦ୍ଦରେ ଦାଖଲ କରିପାରେ। ଏହି ମାମଲାରେ ପୋଲିସ କମିଶନର ସଞ୍ଜୟ ଆରୋରା ସୋମବାର ସ୍ପେଶାଲ କମିଶନର ସାଗରପ୍ରୀତ ହୁଡ୍ଡା ଏବଂ ଡିସିପି ପ୍ରଣବ ତାୟଲ ଓ ମନିଶି ଚନ୍ଦ୍ରାଙ୍କ ସହ ବୈଠକ କରିଛନ୍ତି।

ଅନ୍ୟପଟେ ତଦନ୍ତ ପୂରା ନ ହେବା ଯାଏ ଏସୀୟ କ୍ରୀଡ଼ାରେ ସାମିଲ୍ ହେବେ ନାହିଁ ବୋଲି କୁସ୍ତିଯୋଦ୍ଧାମାନେ କହିଛନ୍ତି। ଜୁନ ୧୫ ସୁଦ୍ଧା ବ୍ରିଜଭୂଷଣଙ୍କୁ ଗିରଫ କରା ନଗଲେ ପୁଣି ଥରେ ଧାରଣା ଦେବେ ବୋଲି ଘୋଷଣା କରିଛନ୍ତି ବଜରଙ୍ଗ ପୁନିଆ। ଉଲ୍ଲେଖନୀୟ ଭାରତୀୟ କୁସ୍ତିମହାସଂଘର ନିର୍ବାଚନ ଜୁଲାଇ ୪ରେ ହେବ। ଗତକାଲି ଡବ୍ଲ୍ୟୁଏଫଆଇ ନିର୍ବାଚନ ତାରିଖ ଘୋଷଣା କରିଛି। ଜମ୍ମୁ-କାଶ୍ମୀର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ମହେଶ ମିତ୍ତଲଙ୍କୁ ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ