Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଷ୍ଟ୍ରୀୟ ସମ୍ପାଦିକା ତଥା ଓଡିଶା ପ୍ରଭାରି ଙ୍କ କୋରାପୁଟ ଗସ୍ତ; କୋରାପୁଟରେ ଫେଲ୍ ମାରିଛି ସ୍ବଚ୍ଚଭାରତ ମିଶନ

ଲକ୍ଷ୍ମୀପୁର: ନରେନ୍ଦ୍ର ମୋଦି ସରକାରଙ୍କ ନବମ ବର୍ଷ ପୂର୍ତି ଅବସରରେ କେନ୍ଦ୍ରର ବିଭିନ୍ନ ଲୋକାଭିମୁଖି ଯୋଜନା ଲୋକଙ୍କ ପାଖରେ ପହଁଚି ଛିକି ନାହିଁ ଓ ଲୋକଙ୍କ ସହ ଏକ ସୁସମ୍ପର୍କ ସ୍ଥାପନ ହେଇପାରିବା ଲକ୍ଷ ରଖି ଭାରତିୟ ଜନତା ପାର୍ଟିର ଓଡିଶା ପ୍ରଭାରୀ ଯଥା ରାଷ୍ଟ୍ରୀୟ ସମ୍ପାଦିକା ଡି.ପୁରେନ୍ଦଶ୍ଵରୀ କୋରାପୁଟ ଗସ୍ତରେ ଆସି ଆଜି ଲକ୍ଷ୍ମୀପୁର ବ୍ଲକରେ ପହଁଚିଥିଲେ। ବ୍ଲକର ଚିଲି ସଂଖ୍ୟା ଗାଁରେ ଏକ ହିତାଧିକାରି ସମ୍ମିଳନିରେ ଯୋଗ ଦେଇ କେନ୍ଦ୍ର ଯୋଜନା ସମନ୍ଧରେ ହିତାଧିକାରି ମାନଙ୍କ ସହ ଆଲୋଚନା କରିଥିଲେ।ଉଜ୍ବଳା ଯୋଜନା,ସ୍ଵଛଭାରତ,
ବସୁଧା ଯୋଜନା,ପ୍ରଧାନ ମନ୍ତ୍ରୀ ଆବାସ,ଶୁକନ୍ୟା ଓ ଜନଧନ ଯୋଜନାର ଲାଭ ହିତାଧିକାରି ମାନଙ୍କ ପାଖେ ପହଁଚିଛିକି ନାହିଁ ପଚାରି ବୁଝିଥିଲେ।ଏଥିସହ ଚାଷିଙ୍କ ପାଇଁ ପ୍ରଚଳିତ କେନ୍ଦ୍ରିୟ ଯୋଜନାରେ ଲାଭ ମିଳୁନଥିବା ଚାଷି ନାର୍ସୀ ଓ୍ଵାଡେକା କହିଥିଲେ। ସ୍ବଚ୍ଚଭାରତ ଯୋଜନା ରେ ହିତାଧିକାରୀ ଙ୍କୁ ଦିଆଯାଇଥିବା ପାଇଖାନା ଗୁଡିକ ସମନ୍ଧରେ ଜାଣିବା ପରେ ତାହା ନିମ୍ନମାନର ହେବା ସହ ବ୍ୟବହାର ଯୋଗ୍ୟ ହିଁ ନୁହଁ ବୋଲି ପ୍ରକାଶ କରିଥିଲେ।ରାଜ୍ୟ ର ଅଫିସର ଠିକାଦାର ମିଳିମିସି ଯୋଜନା କୁ ହଡପ କରିଥିବା ସେ କହିଛନ୍ତି।

ସ୍ଥାନୀୟ ବିଧାୟକ ନିର୍ବାଚିତ ହୋଇକି ୪ବର୍ଷ ହେଲା ,କିନ୍ତୁ ଗ୍ରାମାଞ୍ଚଳରେ ସମସ୍ୟା ଲାଗିରହିଥିଲେ ସୁଧା ଦିନେ ହେଲେ ପାଦ ଦେଇନଥିବା ଗ୍ରାମବାସି ଙ୍କ ଠାରୁ ଜାଣିବା ପରେ ନବିନ ସରକାର ଙ୍କ ଏମିତି ବିଧାୟକ କେଉଁ କାମ ପାଇଁ ବୋଲି ତାସ୍ଚଲ୍ୟ କରିଥିଲେ।ଲୋକଙ୍କୁ ଘର ଖଣ୍ଡିଏ ଲେଖାଏ ମଧ୍ୟ ମିଳିନଥିବା ଜାଣିବା ପରେ ସରକାର କଣ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ,ପ୍ରଧାନମନ୍ତ୍ରୀ ଦିଲ୍ଲି ରେ ରହି ପ୍ରତ୍ୟକ ରାଜ୍ୟର କୋଣ ଅଣକୋଣର ଲୋକଙ୍କ ସମସ୍ୟା ବୁଝୁଥିବା ବେଳେ ରାଜ୍ୟସରକାରଙ୍କ ବିଧାୟକ ମାନେ ନିଜ ନିଜ ବିଧାନସଭାକ୍ଷେତ୍ର ଅଞ୍ଚଳ ବୁଲୁ ନାହାଁନ୍ତ କି ଲୋକଙ୍କ ସମସ୍ୟା ନବୁଝିବା ଦୁଃଖର ବିଷୟ ବୋଲି କହିଥିଲେ।ରାଜ୍ୟ ପ୍ରଭାରି ଙ୍କ ସମେତ ରାୟଗଡା ର କାଳି ପ୍ରସାଦ ମାଝି, ଜୟପୁର ବିଧାୟକ ପ୍ରାର୍ଥି ଗୌତମ ସାମନ୍ତରାୟ, ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ, ଶିବ ପଟନାୟକ,ମନୋଜ ସାହୁ ,ନକୂଳ ବିସୋଇ,ଉଦୟ ହିକକା,କଣ୍ଠେଶ୍ଵର ହାଲବା,ଅନନ୍ତ ହୁଇକା,ଅଗସ୍ତୀ ହାଲବା,ଶିବ ମୁଦୁଲି ପ୍ରଭୁତି ଉପସ୍ଥିତ ଥିବା ବେଳେ ଲକ୍ଷ୍ମୀପୁର, ନାରାୟଣପାଟଣା ଓ ବନ୍ଧୁଗାଁ ଅଞ୍ଚଳର ଅନେକ ବିଜେପି କର୍ମି ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ