Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ; ୪୫ ମିନିଟ ପରେ ମିଳିଲା ସର୍ତମୂଳକ ଜାମିନ୍ 

ୱାଶିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ। ଗୋପନ ଦସ୍ତାବିଜ ରଖିବା ମାମଲାରେ ଗିରଫ ହୋଇଛନ୍ତି ଟ୍ରମ୍ପ ।  ମିଆମି କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ମିଆମି କୋର୍ଟ ପରିସରରେ ଅଧିକାରୀଙ୍କ ନିକଟରେ ଆନୁଷ୍ଠାନିକ ଭାବେ ଆତ୍ମସମର୍ପଣ କରିବା ପରେ ଟ୍ରମ୍ପଙ୍କୁ ଗିରଫ କରାଯାଇଥିଲା। ବେଆଇନ ଭାବେ ବର୍ଗୀକୃତ ଦଲିଲ ଥିବା ଅଭିଯୋଗରେ ଟ୍ରମ୍ପ ତାଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଆସନ୍ତା ବର୍ଷ ପୁନର୍ବାର ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯୋଜନା କରୁଥିବା ଟ୍ରମ୍ପଙ୍କ ସମସ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି।

ଟ୍ରମ୍ପଙ୍କ ଓକିଲ ଜଜଙ୍କୁ କହିଛନ୍ତି ଯେ ଆମେ ସମସ୍ତ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛୁ। ଏ ନେଇ ତାଙ୍କ ନାଁରେ ମାମଲା ହୋଇଥିଲା ।  ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ଏହା ହେଉଛି ଦ୍ୱିତୀୟ ଅପରାଧିକ ମାମଲା। ୨୦୧୬ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ବେଳେ ପର୍ଣ୍ଣଷ୍ଟାରକଙ୍କୁ ଟଙ୍କା ଦେଇ ପାଟି ଚୁପ କରିବା ମାମଲାରେ କୋର୍ଟରେ ହାଜର ହୋଇ ଗିରଫ ହୋଇଥିଲେ । ତେବେ ଏହାକୁ ମିଥ୍ୟା ବୋଲି ଟ୍ରମ୍ପ ନ୍ୟୁୟର୍କ କୋର୍ଟରେ ମଧ୍ୟ ଅଭିଯୋଗ କରିଥିଲେ। ସେ କହିଛନ୍ତି ଯେ ତାଙ୍କୁ ରାଜନ ରାଜନୈତିକ ବିରୋଧୀମାନେ ଅନ୍ୟାୟ ଭାବରେ ଟାର୍ଗେଟ କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ