Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାକିରି ଖୋଜିବାର ନୂତନ ମାଧ୍ୟମ ହେବ ଟ୍ୱିଟର; ଆଣୁଛି ଜବ ଲିଷ୍ଟି୍‌ ଫିଚର

ନୂଆଦିଲ୍ଲୀ: ଖୁବଶୀଘ୍ର ନୂଆ ଫିଚର ଲଞ୍ଚ କରିବ ଟ୍ୱିଟର ଲଞ୍ଚ କରିବ । ଆପଣ ଚାକିରି ଖୋଜୁଛନ୍ତି କି? ଆଗାମୀ ଦିନରେ ଏହି ସୁବିଧା ଉପଲବ୍ଧ କରାଇବାକୁ ଯାଉଛି ଟ୍ୱିଟର। ଟ୍ୱିଟରରେ ଯୋଡିହେବାକୁ ଯାଉଛି ଆଉ ଏକ ନୂଆ ଫିଚର। ସୂଚନା ଅନୁଯାୟୀ କମ୍ପାନୀ ଖୁବଶୀଘ୍ର ଆଣୁଛି ଏକ ଜବ ଲିଷ୍ଟି୍‌ ଫିଚର।

ୱେବ୍ ଡେଭଲପର୍ ତଥା ଆପ୍ ଅନୁସନ୍ଧାନକାରୀ ନିମା ଓଜିଙ୍କ ଏକ ଟୁଇଟ୍ ଅନୁଯାୟୀ, ଟ୍ୱିଟର ପ୍ଲାଟଫର୍ମରେ ଏକ ନୂତନ ଫିଚର ଯୋଡିବା ନେଇ କାର୍ଯ୍ୟ କରୁଛନ୍ତି। ଏହି ନୂତନ ଫିଚର ସାହାଯ୍ୟରେ ଭେରିଫାଇଡ ଅର୍ଗାନାଇଜେସନ ସହଜରେ ଚାକିରି ସମ୍ପର୍କରେ ପୋଷ୍ଟ କରିପାରିବେ। ଚାକିରି ପୋଷ୍ଟ କରିବା ପାଇଁ କିଛି ସ୍କ୍ରିନସଟ୍ ମଧ୍ୟ ଟ୍ୱିଟ୍ ସହିତ ସେୟାର କରାଯାଇଛି। ଚାକିରି ପୋଷ୍ଟ କରିବା ପାଇଁ କମ୍ପାନୀଗୁଡିକୁ (ଷ୍ଟାର୍ଟ ଆଡିଙ୍ଗ ଜବସ୍) ଅପସନ ଉପରେ କ୍ଲିକ୍ କରିବାକୁ ପଡିବ।

ଷ୍ଟାର୍ଟ ଆଡିଙ୍ଗ ଜବସ୍ ଅପସନରେ କ୍ଲିକ୍ କରିବା ମାତ୍ରେ ଏକ ଫର୍ମ ଖୋଲିବ ଯେଉଁଥିରେ ଯାଞ୍ଚ ହୋଇଥିବା ସଂସ୍ଥାକୁ ଚାକିରି ପୋଷ୍ଟ କରିବା ପାଇଁ URL, ଜବ ଲୋକେଶନ, ଜବ ଟାଇଟେଲ ଏବଂ ଦରମା ପରି ସୂଚନା ପ୍ରଦାନ କରିବାକୁ ପଡିବ। କେବଳ ଯାଞ୍ଚ ହୋଇଥିବା ସଂସ୍ଥାମାନେ ଏହି ଫିଚର ମାଧ୍ୟମରେ ଚାକିରି ପୋଷ୍ଟ କରିପାରିବେ। ତେବେ ଏହା କୁହାଯାଇପାରେ ଯଦି ଏପରି ଫିଚର ଆସେ, ତେବେ ଏହା ଲିଙ୍କଡ୍‌ଇନକୁ କଡା ଟକ୍କର ଦେବ। ତେବେ କମ୍ପାନୀ ଏହି ଫିଚର ବିଷୟରେ କୌଣସି ଅଫିସିଆଲ୍ ସୂଚନା ଦେଇାନହିଁ।

More Stories