ଆଜି ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ ବାତ୍ୟା ବିପର୍ଯ୍ୟୟ


ନୂଆଦିଲ୍ଲୀ: ଆଜି ପ୍ରଳୟ ରଚିବ ବାତ୍ୟା ‘ବିପର୍ଯ୍ୟୟ’। ଆଜି ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ ବାତ୍ୟା । ଗୁଜରାଟରେ ଜଖଉ ପୋର୍ଟ ପାଖାପାଖି ଲ୍ୟାଣ୍ଡ କରିବ କରିବ ବାତ୍ୟା ବିପର୍ଯ୍ୟୟ। ଏ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୨୫ରୁ ୧୩୫ କିଲୋମିଟର ରହିବ । ସ୍ଥଳ ବିଶେଷରେ ଘଣ୍ଟା ପ୍ରତି ୧୫୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଏହାକୁ ଦୃଷ୍ଟିରେ ରଖି ଗୁଜରାଟର ତଳିଆ ଅଂଚଳ ସୌରାଷ୍ଟ୍ର ଏବଂ କଚ୍ଛରେ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହିତ ପ୍ରାୟ ୭୫ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ବାତ୍ୟା ପ୍ରଭାବରେ ୯ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।