Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଣିକି ୫୦୦ ସବସ୍କ୍ରାଇବର୍ସ ଥିଲେ ୟୁଟ୍ୟୁବ୍‌ରୁ ମିଳିବ ଟଙ୍କା

ନୂଆଦିଲ୍ଲୀ: ୟୁଟ୍ୟୁବ୍‌ ରୋଜଗାରକୁ ନେଇ ଚିନ୍ତାରେ ଅଛନ୍ତି କି? ଏଣିକି ୫୦୦ ସବସ୍କ୍ରାଇବର୍ସ ଥିଲେ ମିଳିବ ଟଙ୍କା। ଯଦି ଆପଣଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ୫୦୦ ସବସ୍କ୍ରାଇବର୍ସ ଅଛନ୍ତି ତେବେ ଆପଣଙ୍କୁ ଟଙ୍କା ମିଳିବ। ଏ ନେଇ କମ୍ପାନୀ ଏକ ନୂଆ ନିୟମ ଆଣିଛି। ପୂର୍ବ ନିୟମକୁ ପରିବର୍ତ୍ତନ କରିଛି କମ୍ପାନୀ। ତେବେ କଣ୍ଟେଣ୍ଟ କ୍ରିଏଟର୍ସଙ୍କ ପାଇଁ ଏହା ଏକ ଖୁସିଖବର ନିଶ୍ଚିତ। ପୂର୍ବରୁ ଚ୍ୟାନେଲ ମୋନିଟାଇଜେସନ୍ ପାଇଁ ଅତିକମରେ ୧୦୦୦ ଗ୍ରାହକ ଆବଶ୍ୟକ କରୁଥିଲା।

ୟୁଟ୍ୟୁବ୍ କହିଛି ଯେ ସେ ୟୁଟ୍ୟୁବ୍ ପାର୍ଟନର ପ୍ରୋଗ୍ରାମ ପାଇଁ ଆବଶ୍ୟକ ଥିବା ଯୋଗ୍ୟତାକୁ କମ୍ କରୁଛି ଏବଂ କମ୍ ଫଲୋଅର୍ସ ଥିବା କ୍ରିଏଟର୍ସଙ୍କ ପାଇଁ ମୋନିଟାଇଜେସନ୍ ପ୍ରକ୍ରିୟାକୁ ଆହୁରି ସହଜ କରାଯାଉଛି। କମ୍ପାନୀ ମୁଦ୍ରୀକରଣ ପ୍ରକ୍ରିୟାର ସୀମା ହ୍ରାସ କରୁଛି। ଫଳରେ ବର୍ତ୍ତମାନ କମ୍ ଫଲୋଅର୍ସ ଥିବା କ୍ରିଏଟର୍ସ ମଧ୍ୟ ସେମାନଙ୍କର ୟୁଟ୍ୟୁବ୍ ଚ୍ୟାନେଲକୁ ମୋନିଟାଇଜ୍ କରି ରୋଜଗାର ଆରମ୍ଭ କରିପାରିବେ।

ୟୁଟ୍ୟୁବ୍ ୪୦୦୦ ୱାଚ୍ ଆୱାର ପରିବର୍ତ୍ତେ ୩୦୦୦ ୱାଚ୍ ଆୱାରକୁ ହ୍ରାସ କରିଛି। ଅର୍ଥାତ କ୍ରିଏଟର୍ସମାନେ ଚ୍ୟାନେଲକୁ ମୋନିଟାଇଜ୍ କରିବା ପାଇଁ ୯୦ ଦିନରେ ୩୦ ଲକ୍ଷ ୟୁଟ୍ୟୁବ୍ ସର୍ଟସ୍ ଭ୍ୟୁ ହେବା ଉଚିତ୍। ଏହି ନିୟମ ପ୍ରଥମେ ଆମେରିକା, ବ୍ରିଟେନ, କାନାଡା, ତାଇୱାନ ଏବଂ ଦକ୍ଷିଣ କୋରିଆରେ ଲାଗୁ ହେବ। ଏହା ପରେ ଅନ୍ୟ ଦେଶରେ ଏହି ନିୟମ ଲାଗୁ ହେବ ବୋଲି ୟୁଟ୍ୟୁବ ପକ୍ଷରୁ କୁହାଯାଇଛି।

More Stories