Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚତୁର୍ଥ ରାଷ୍ଟ୍ରୀୟ ଜଳ ପୁରସ୍କାର; ପ୍ରଥମରେ ମଧ୍ୟପ୍ରଦେଶ, ୨ୟରେ ଓଡ଼ିଶା

ଭୁବନେଶ୍ୱର: ଚତୁର୍ଥ ରାଷ୍ଟ୍ରୀୟ ଜଳ ପୁରସ୍କାର ୨୦୨୨ ପାଇଁ ପ୍ରସ୍ତୁତ ତାଲିକାରେ ଦ୍ବିତୀୟ ସ୍ଥାନ ଗ୍ରହଣ କରିଛି ଓଡ଼ିଶା। ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛି ମଧ୍ୟପ୍ରଦେଶ। ଏ ନେଇ ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ଏହି ତାଲିକା ଅନୁଯାୟୀ, ଆନ୍ଧ୍ର ଏବଂ ବିହାର ୩ୟ ସ୍ଥାନରେ ରହିଛନ୍ତି।

ସେହିପରି ଶ୍ରେଷ୍ଠ ଜିଲ୍ଲା ପାଇଁ ମନୋନୀତ ହୋଇଛି ଓଡ଼ିଶାର ଗଞ୍ଜାମ ଜିଲ୍ଲା। ଏହି ତାଲିକାରେ ଦ୍ବିତୀୟରେ ରହିଛି ତାମିଲନାଡୁର ନାମକ୍କାଲ ଏବଂ ତୃତୀୟ ପୁରସ୍କାର ପାଇଁ ତେଲେଙ୍ଗାନାର ଅଦିଲବାଦକକୁ ମନୋନୀତ କରାଯାଇଛି ।

ଜଳଶକ୍ତି ମନ୍ତ୍ରାଳୟର ଜଂଳ ସରଂକ୍ଷଣ , ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ ପକ୍ଷରୁ ଜୁନ ୧୭ ତାରିଖରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଅନୁଷ୍ଠିତ ହେବ ଜାତୀୟ ଜଳ ପୁରସ୍କାର ବିତରଣ ସମାରୋହ । ଉପରାଷ୍ଟପତି ଜଗଦୀପ ଧନଖଡ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗ ଦେବେ । ଚତୁର୍ଥ ରାଷ୍ଟ୍ରୀୟ ଜଳ ପୁରସ୍କାର ୨୦୨୨ ପାଇଁ ୪୧ ଜଣ ବିଜେତାଙ୍କ ନାମ ଚୟନ କରାଯାଇଛି । ଏହି ଅବସରରେ ଶ୍ରେଷ୍ଠ ରାଜ୍ୟ, ଶ୍ରେଷ୍ଠ ଜିଲ୍ଲା, ଶ୍ରେଷ୍ଠ ପଞ୍ଚାୟତ, ଶ୍ରେଷ୍ଠ ସହର, ଶ୍ରେଷ୍ଠ ସ୍କୁଲ, ଶ୍ରେଷ୍ଠ ମିଡିଆ ଆଦିକୁ ସମ୍ମାନିତ କରାଯିବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ