ସ୍ଥଳଭାଗ ଛୁଇଁଲା ପରେ ତାଣ୍ଡବ ରଚିଲା ବାତ୍ୟା ବିପର୍ଯ୍ୟୟ; ୨ ମୃତ, ୨୨ ଆହତ


ନୂଆଦିଲ୍ଲୀ: ସ୍ଥଳଭାଗ ଛୁଇଁଲା ପରେ ତାଣ୍ଡବ ରଚିଲା ବାତ୍ୟା ବିପର୍ଯ୍ୟୟ। ଆରବ ସାଗରରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ଅଜି ଭୀଷଣ ରୂପ ନେଇ ଗୁଜରାଟର ଜଖଉ ପୋର୍ଟ ନିକଟରେ ସ୍ଥଳଭାଗ ଛୁଇଁଛି । ମଧ୍ୟ ରାତି ପର୍ଯ୍ୟନ୍ତ ଚାଲିଥିଲା ବାତ୍ୟା ବିପର୍ଯ୍ୟୟର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା। ବାତ୍ୟା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ କିଲୋମିଟର ଥିଲା। ବାତ୍ୟାକୁ ଦୃଷ୍ଟିରେ ରଖି ଗୁଜରାଟର ୮ ଜିଲ୍ଲାର ତଳିଆ ଅଞ୍ଚଳରୁ ୧ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

ବାତ୍ୟା ପ୍ରଭାବରେ ୫୦୦ରୁ ଅଧିକ ଗଛ ଉପୁଡି ପଡିଛି। ୯୦୦ରୁ ଅଧିକ ଘର ଅନ୍ଧାର ଘେରରେ ରହିଛନ୍ତି। ଯାତାୟତ ମଧ୍ୟ ବିଚ୍ଛିନ୍ନ ହୋଇଯାଇଛି। ଏହାଦ୍ବାରା ଟ୍ରେନ୍‌ ସେବା ମଧ୍ୟ ପ୍ରଭାବିତ ହୋଇଛି। ୯୯ଟି ଟ୍ରେନର ଚଳାଚଳ ସାମୟିକ ଭାବେ ବନ୍ଦ କରାଯାଇଛି । ଉଦ୍ଧାରକାରୀ ଦଳ ଭାଙ୍ଗି ଯାଇଥିବା ଗଛଗୁଡିକୁ ହଟାଇବା କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ବାତ୍ୟା ପ୍ରଭାବରେ ୨ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୨୨ ଜଣ ଆହତ ହୋଇଥିବାର ଖବର ମିଳିଛି ।