Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରତୀକ୍ଷାର ହେଲା ଅନ୍ତ; ରିଲିଜ ହେଲା ଫିଲ୍ମ ଆଦିପୁରୁଷ

ନୂଆଦିଲ୍ଲୀ: ରିଲିଜ୍ ହେଲା ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ଆଦିପୁରୁଷ । ଫିଲ୍ମରେ ଶ୍ରୀରାମଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ଅଭିନେତା ପ୍ରଭାସ ଏବଂ ମାତା ସୀତାଙ୍କ ଭୂମିକାରେ ନଜର ଆସିଛନ୍ତି କ୍ରୀତି ସାନନ୍ । ପ୍ରଥମ ଦିନରେ ସାରା ଦେଶରେ ୫ଟି ଭାଷାରେ ଫିଲ୍ମ ରିଲିଜ ହୋଇଛି। ରିଲିଜ୍ ପୂର୍ବରୁ ରେକର୍ଡ ପରେ ରେକର୍ଡ କରି ଚାଲିଛି ଫିଲ୍ମ ଆଦିପୁରୁଷ ।

ରାମାୟଣ ଉପରେ ଆଧାରିତ ଏହି ଫିଲ୍ମ ଦେଖିବାକୁ ପ୍ରଶଂସକମାନେ ବେଶ୍ ଉତ୍ସାହିତ ଥିବା ଜଣାପଡିଛି। ଏଥିରେ ପ୍ରଭାସଙ୍କୁ ରାଘବ ଏବଂ କ୍ରିତି ସାନନଙ୍କୁ ଜାନକୀ ଭାବରେ ଦର୍ଶାଯାଇଛି। ଏଥିରେ ସୈଫ ଅଲି ଖାନଙ୍କୁ ରାବଣ ଭୂମିକାରେ ଦେଖିବାକୁ ମିଳିବ।

ପ୍ରଥମ ଦିନ ପାଇଁ ପାଖାପାଖି ୭ ଲକ୍ଷରୁ ଅଧିକ ମଲ୍ଟିଫ୍ଲେକ୍ସ ଓ ଅଢେଇ ଲକ୍ଷରୁ ଅଧିକ ସିଙ୍ଗେଲ ସ୍କ୍ରିନର ଟିକେଟ୍ ଆଡଭାନ୍ସ ବୁକିଂ ହୋଇଛି । ଦେଶର ବିଭିନ୍ନ ହଲରେ ହାଉସଫୁଲ ସୋ’ ଚାଲିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ