Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚଳିତ ବର୍ଷ ଭାରତ ଛାଡିବେ ୬,୫୦୦ କୋଟିପତି

ନୂଆଦିଲ୍ଲୀ: ଚଳିତ ବର୍ଷ ୬,୫୦୦ କୋଟିପତି ଭାରତ ଛାଡି ପାରନ୍ତି। ଏ ନେଇ ହେନ୍‌ଲି ‌ପ୍ରାଇଭେଟ୍ ୱେଲ୍‌ଥ ମାଇଗ୍ରେସନ ରିପୋର୍ଟରେ ଆକଳନ କରାଯାଇଛି। କେବଳ ଭାରତ ନୁହେଁ ଚାଇନା, ବ୍ରିଟେନ ଏବଂ ଋଷ ଭଳି ଦେଶ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ।

ହେନ୍‌ଲି ‌ପ୍ରାଇଭେଟ୍ ୱେଲ୍‌ଥ ମାଇଗ୍ରେସନ ରିପୋର୍ଟ ଅନୁଯାୟୀ ୨୦୨୩ ମସିହାରେ, ଚୀନ୍‌ ପରେ ଭାରତ ହେଉଛି ଦ୍ବିତୀୟ ଦେଶ ଯେଉଁଠାରୁ ବହୁ ସଂଖ୍ୟକ ଧନୀ ବସବାସ ଲାଗି ଅନ୍ୟ ଦେଶକୁ ପଳାୟନ କରିବେ। ଚୀନ୍‌ରୁ ୧୩,୫୦୦ ଧନୀ ଅନ୍ୟତ୍ର ଚାଲିଯିବେ ବୋଲି ରିପୋର୍ଟରେ ଆକଳନ କରାଯାଇଛି। ଯେଉଁମାନଙ୍କ ପାଖରେ ୧ ନିୟୁତ ଡଲାର ବା ତା’ଠାରୁ ଅଧିକ ସମ୍ପତ୍ତି ରହିଛି ସେଭଳି ମିଲିଓନେୟାରଙ୍କୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। 

ଗତ ବର୍ଷ ୧୦,୮୦୦ କୋଟିପତି ଚୀନ୍ ଛାଡିଥିଲେ। ଏହା ପରେ ଦ୍ବିତୀୟରେ ରହିଛି ଭାରତ। ଗତ ବର୍ଷ ମଧ୍ୟ ୭୫୦୦ କୋଟିପତି ଭାରତ ଛାଡିଥିଲେ। କୋଟିପତି ଦେଶ ଛାଡିବା ତାଲିକାରେ ବ୍ରିଟେନ ବିଶ୍ୱରେ ତୃତୀୟ ସ୍ଥାନ ଅଧିକାର କରିଛି। ସେଠାରୁ ୩୨୦୦ କୋଟିପତି ଦେଶ ଛାଡିପାରନ୍ତି। ଗତ ବର୍ଷ ବ୍ରିଟେନରୁ ୧୬୦୦ କୋଟିପତି ଦେଶ ଛାଡିଥିଲେ।

ଋଷରୁ ୩୦୦୦ କୋଟିପତିଦେଶ ଛାଡିପାରନ୍ତି। ଏହି ତାଲିକା‌ରେ ଚତୁର୍ଥ ସ୍ଥାନରେ ରହିଛି ଋଷ। ୨୦୨୨ ମସିହାରେ, ୮,୫୦୦ କୋଟିପତି ଦେଶ ଛାଡିଥିଲେ। ଚଳିତ ବର୍ଷ ବ୍ରାଜିଲରୁ ୧୨୦୦ କୋଟିପତି ଦେଶ ଛାଡିପାରନ୍ତି। ୨୦୨୨ରେ ୧୮୦୦ କୋଟିପତି ବ୍ରାଜିଲ ଛାଡିଛନ୍ତି।
ଚଳିତ ବର୍ଷ ହଂକଂରୁ ୧୦୦୦ କୋଟିପତି ଦେଶ ଛାଡି ଅନ୍ୟତ୍ର ଯାଇପାରନ୍ତି। ଗତ ବର୍ଷ ୨୪୦୦ କୋଟିପତି ଦେଶ ଛାଡି ପଳାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ