Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶାରୀରିକ ସଂପର୍କ ପାଇଁ ସହମତିର ବୟସ କେତେ ରହିବା ଉଚିତ୍, ସରକାରଙ୍କୁ ଜବାବ ମାଗିଲେ ବିଧି ଆୟୋଗ

ନୂଆଦିଲ୍ଲୀ: ଶାରୀରିକ ସଂପର୍କ ସ୍ଥାପନ ପାଇଁ ସହମତିର ବୟସ କେତେ ରହିବା ଉଚିତ୍, ଏହି ପ୍ରସଙ୍ଗର ସମୀକ୍ଷା କରୁଥିବା ୨୨ତମ ବିଧି ଆୟୋଗ ନିକଟରେ ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରଣାଳୟର ଅଧିକାରୀଙ୍କୁ ଭେଟିଛନ୍ତି। ବୟସ କେତେ ରହିବା ଉଚିତ୍ ଏହି ବିଷୟରେ ବିଧି ଆୟୋଗ ମନ୍ତ୍ରଣାଳୟଠୁ ଜବାବ ଲୋଡ଼ିଛନ୍ତି। ତେବେ ଶୁକ୍ରବାର ମନ୍ତ୍ରଣାଳୟ ଆୟୋଗ ନିକଟରେ ଏହାର ଉତ୍ତର ରଖିଥିବା କୁହାଯାଇଛି। ଯୌନ ଅପରାଧର ସଂରକ୍ଷଣ ପୋକ୍ସୋ ଅଧିନିୟମରେ ବିଗତ ବର୍ଷମାନଙ୍କରେ କିଶୋର-କିଶୋରୀଙ୍କ ମଧ୍ୟରେ ଶାରୀରିକ ସମ୍ବନ୍ଧ ଏବଂ ସହମତିକୁ ନେଇ ବିବାଦ ସୃଷ୍ଟି ହୋଇଛି।

ସୂତ୍ର ମୁତାବକ ବିଧି ଆୟୋଗ ସରକାରଙ୍କ ସହିତ ବୈଠକ କରି ସହମତି ସଂପର୍କ ବିଷୟରେ ସୂଚନା ମାଗିଛନ୍ତି। ଜନୈକ ସରକାରୀ ଅଧିକାରୀଙ୍କ ଅନୁଯାୟୀ, ଏହି ସମ୍ବେଦନଶୀଳ ପ୍ରସଙ୍ଗର ସମାଧାନ ପାଇଁ ପ୍ରୟାସ ଜାରି ରହିଛି। ଏ ସଂପର୍କରେ ଆୟୋଗଙ୍କୁ ଆମେ କିଛି ସୂଚନା ଦେଇଛୁ। ଗତ ବର୍ଷ ଦିଲ୍ଲୀ ହାଇକୋର୍ଟ କହିଥିଲେ, ପୋକ୍ସୋ ଅଧିନିୟମର ଉଦ୍ଦେଶ୍ୟ ପିଲାମାନଙ୍କୁ ଯୌନ ଉତ୍ପୀଡ଼ନରୁ ବଞ୍ଚାଇବା। କିନ୍ତୁ ଏହାର ଅର୍ଥ କିଶୋର-କିଶୋରୀଙ୍କ ମଧ୍ୟରେ ହୋଇଥିବା ରୋମାଣ୍ଟିକ ସମ୍ବନ୍ଧକୁ ଅପରାଧିକ ଘୋଷିତ କରାଯାଇ ପାରିବ ନାହିଁ।

ଅଦାଲତ ଏହି ଟିପ୍ପଣୀ ଜଣେ କିଶୋରଙ୍କୁ ଜାମିନ ପ୍ରଦାନ ସମୟରେ ଦେଇଥିଲେ। କିଶୋର ଜଣେ ୧୭ ବର୍ଷୀୟ କିଶୋରୀକୁ ବିବାହ କରିଥିଲେ, କିନ୍ତୁ ୨୦୧୨ରେ ପ୍ରସ୍ତୁତ ପୋକ୍ସୋ ଅଧିନିୟମ ଆଧାରରେ ତାଙ୍କୁ ଗିରଫ କରାଯାଇଥିଲା। ଉଲ୍ଲେଖନୀୟ ପ୍ରତ୍ୟେକ ୩ ବର୍ଷରେ ଥରେ ବିଧି ଆୟୋଗର ଗଠନ କରାଯାଏ। ଏହା ସରକାରଙ୍କୁ ଜଟିଳ ଆଇନ ପ୍ରସଙ୍ଗରେ ପରାମର୍ଶ ଦେଇଥାନ୍ତି। ବର୍ତ୍ତମାନ ବିଧି ଆୟୋଗର ଅଧ୍ୟକ୍ଷ ଅଛନ୍ତି ଅବସରପ୍ରାପ୍ତ ବିଚାରପତି ଋତୁରାଜ ଅବସ୍ଥି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ