Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଢିପାରେ ବ୍ରିଜଭୂଷଣଙ୍କ ମୁସ୍କିଲ, ପ୍ରମାଣ ଯୋଗାଡ଼ କଲା ପୋଲିସ, ଚାର୍ଜସିଟରେ ଫଟୋ-ଭିଡିଓ ସାମିଲ୍

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ମୁସ୍କିଲ ବଢିପାରେ। ତାଙ୍କ ବିରୋଧରେ ଦିଲ୍ଲୀ ପୋଲିସର ଚାର୍ଜସିଟ୍ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇ ଯାଇଛି। ମହିଳା ପହିଲମାନଙ୍କ ଦ୍ଵାରା କରାଯାଇଥିବା ୬ଟି ଅଭିଭୋଗରୁ ଅତି କମରେ ୪ଟିରେ ଫଟୋ ପ୍ରମାଣ ଏବଂ ଉତ୍ପୀଡ଼ନର ଅତି କମରେ ୩ଟି ମାମଲାରେ ଭିଡ଼ିଓ ଯୋଗାଡ଼ କରିଛି ଦିଲ୍ଲୀ ପୋଲିସ। ଦ ଇଣ୍ଡିଆନ ଏକ୍ସପ୍ରେସ୍ ଅନୁଯାୟୀ, ଦିଲ୍ଲୀ ପୋଲିସ ଗୁରୁବାର ୬ ମହିଳା ପହିଲମାନଙ୍କ କଥିତ ଯୌନ ଉତ୍ପୀଡ଼ନ, ଆକ୍ରମଣ କରିବା ଏବଂ ପିଛା କରିବା ଅଭିଯୋଗରେ ବ୍ରିଜଭୂଷଣଙ୍କ ବିରୋଧରେ ୧୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ଏହାର ଶୁଣାଣି ଜୁନ ୨୨ରେ ହେବ।

ଚାର୍ଜସିଟରେ ୬ ପହିଲମାନଙ୍କ ବୟାନ ରେକର୍ଡ, ୭୦-୮୦ ସାକ୍ଷୀଙ୍କ ବୟାନ, ଡିଜିଟାଲ୍ ପ୍ରମାଣ ଯଥା ଫଟୋ, ଭିଡିଓ ଏବଂ କଲ୍ ଡିଟେଲର ରେକର୍ଡ ଆଦି ସାମିଲ୍ ଅଛି। ପୋଲିସ ଅଭିଯୋଗର ସତ୍ୟତା ପାଇଁ ଫଟୋ ଏବଂ ଭିଡ଼ିଓ ଦିଆଯାଇଛି।

ଦିଲ୍ଲୀ ପୋଲିସର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି, ଆମେ ଚାର୍ଜସିଟରେ ପ୍ରତ୍ୟେକ ଅଭିଯୋଗକୁ ଅଲଗା ଅଲଗା ଉଲ୍ଲେଖ କରିଛୁ। କାରଣ ୬ ମହିଳା ପହିଲମାନ ନିଜ ଅଭିଯୋଗରେ ଅନେକ ଘଟଣା ଉଲ୍ଲେଖ କରିଛନ୍ତି। ପ୍ରତ୍ୟେକ ଅଭିଯୋଗରେ ଆମେ ସାକ୍ଷୀ, ଫଟୋ ଏବଂ ଭିଡ଼ିଓ ଉପସ୍ଥାପନ କରିଛୁ। ୬ଟି ଅଭିଯୋଗରୁ ଆମେ ୪ଟିରେ ଫଟୋଗ୍ରାଫିକ ପ୍ରମାଣ ସଂଲଗ୍ନ କରିଛୁ।

ସେ କହିଛନ୍ତି, ଅଭିଯୋଗରେ ଉଲ୍ଲେଖ ଘଟଣା ଡବ୍ଲ୍ୟୁଏଫଆଇ କାର୍ଯ୍ୟାଳୟ, ଟୂର୍ଣ୍ଣାମେଣ୍ଟ, ଶିବିର ଏବଂ କାର‌୍ୟ୍ୟକ୍ରମର ରହିଛି। ଆମକୁ ଯେଉଁ ସବୁ ଭିଡ଼ିଓ ମିଳିଛି ତାକୁ ଚାର୍ଟସିଟରେ ସଂଲଗ୍ନ କରିଛୁ। ଏବେ ଅପରାଧର ସଜା ଏବଂ ପ୍ରକୃତି ସ୍ଥିର କରିବା ଅଦାଲତଙ୍କ କାମ। ଆମେ କେବଳ ଅଭିଯୋଗ କ୍ରମେ ଡିଜିଟାଲ୍ ପ୍ରମାଣ ସଂଗ୍ରହ କରିଛୁ।

More Stories