Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଙ୍ଗାପୁରରେ ଚାକରାଣୀଙ୍କୁ ନିର୍ଯାତନା, ୧୪ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ ହେଲେ ଭାରତୀୟ ମୂଳ ନିବାସୀ

ନୂଆଦିଲ୍ଲୀ: ଚାକରାଣୀଙ୍କୁ ଦୁର୍ବ୍ୟବହାର ଏବଂ ନିର୍ଯାତନା ଦେବା ଅଭିଯୋଗରେ ସିଙ୍ଗାପୁରର ଏକ କୋର୍ଟ ଭାରତୀୟ ମୂଳ ନିବାସୀ ମହିଳାଙ୍କୁ ୧୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ହେଉଛନ୍ତି ପ୍ରେମା ଏସ ନାରାୟଣସାମୀ(୬୪)। ସେ ମିଆଁମାରର ମୂଳ ନିବାସୀ ୨୪ ବର୍ଷୀୟ ପିୟାଙ୍ଗ ନଗେହଙ୍କୁ ଦୀର୍ଘ ସମୟ ଧରି ନିର୍ଯାତନା ଦେଇ ଆସୁଥିଲେ।

ସୂଚନା ଅନୁଯାୟୀ, ସିଙ୍ଗାପୁରର ଏକ ଅଦାଲତ ପ୍ରେମା ଏସ ନାରାୟଣସାମୀଙ୍କୁ ୧୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପ୍ରେମା ମିଆଁମାରର ମୂଳ ନିବାସୀ ପିୟାଙ୍ଗ ନଗେହ ଡନଙ୍କୁ ୧୪ ବର୍ଷ ଧରି ଦୁବ୍ୟବହାର ଏବଂ ନିର୍ଯାତନା ଦେଇ ଆସୁଥିଲେ। ଏହି କାରଣରୁ ୨୦୧୬ରେ ବେକରେ ବ୍ଲଣ୍ଟ ଟ୍ରାମା ଯୋଗୁଁ ପିୟାଙ୍ଗଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ କୋର୍ଟ ୨୦୨୧ରେ ପ୍ରେମାଙ୍କ ଝିଅ ଗାୟଥିରିଙ୍କୁ ୩୦ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ଗୁରୁବାର ପ୍ରେମା ସ୍ଵୀକାର କରିଛନ୍ତି ଯେ, ପୋଲିସରେ ଥିବା ତାଙ୍କ ଜ୍ଵାଇଁ କେଭିନ ଚଲଭେମ(୪୪)ଙ୍କୁ ପ୍ରମାଣ ନଷ୍ଟ ପାଇଁ ସେ ଉସୁକାଇଥିଲେ।

କୋର୍ଟରେ ଶୁଣାଣି ସମୟରେ ଅଭିଯୋଜନ ପକ୍ଷ ଦାବି କରିଛନ୍ତି ଯେ, ପ୍ରେମା ଜାଣିଥିଲେ ଯେ, ତାଙ୍କ ଅପରାଧର ଦୃଶ୍ୟ ସିସିଟିଭିରେ କଏଦ ହୋଇ ଯାଇଛି। ତେଣୁ ସେ ନିଜ ଜ୍ଵାଇଁଙ୍କୁ ପଦର ଦୁରୁପଯୋଗ କରି ସିସିଟିଭି ପ୍ରମାଣ ନଷ୍ଟ କରିବାକୁ ଉସୁକାଇଥିଲେ। ହେଲେ ଚେଲଭମ ପ୍ରଥମେ ଏହା କରିବାକୁ ମନା କରି କରିଥିଲେ ହେଁ ପରବର୍ତ୍ତୀ ସମୟରେ ସିସିଟିଭି ଫୁଟେଜ୍‌ର ପ୍ରମାଣ ପ୍ରେମାଙ୍କୁ ଦେଇ ଦେଇଥିଲେ। ଯେବେ ଅଧିକାରୀ ସିସିଟିଭି ଫୁଟେଜ୍ ମାଗିଥିଲେ, ଚେଲଭମ କୌଣସି ଫୁଟେଜ୍ ନ ଥିବା କହିଥିଲେ।

ଏହା ପରେ ପ୍ରେମା ଫୁଟେଜକୁ ନିଜ ବୋହୂଙ୍କ ରଖିବାକୁ କହିଥିଲେ। ତେବେ ବୋହୂ ଫୁଟେଜକୁ ପୁଅକୁ ଦେଇ ଲୁଚେଇ ରଖିବାକୁ କହିଥିଲେ। କିନ୍ତୁ ପୁଅ ଫୁଟେଜକୁ ନିଜ ସାଙ୍ଗକୁ ଦେଇ ଦେଇଥିଲେ। ମାମଲାର ଖୁଲାସା ତେବେ ହେଲା, ଯେବେ ପୋଲିସ ପ୍ରେମାଙ୍କ ଘରେ ପହଞ୍ଚି ସିସିଟିଭି ବିଷୟରେ ପଚରା ଉଚୁରା କରିଥିଲା। ଜେରା ସମୟରେ ମୁଖ୍ୟ ଅଭିଯୁକ୍ତ ପ୍ରେମା ନିଜର ଦୋଷ ସ୍ଵୀକାର କରିଥିଲେ। ମିଳିଥିବା ତଥ୍ୟ ପ୍ରମାଣ ଆଧାରରେ ଅଦାଲତ ପ୍ରେମାଙ୍କୁ ୧୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

More Stories