Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିପୁଳ ପରିମାଣର ଗଞ୍ଜେଇ ସହିତ ପିକଅପ୍ ଜବତ, ୧ ଗିରଫ

କଳାହାଣ୍ଡି,୧୭/୦୬ : ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ସିକେରକୁପା ଛକ ନିକଟରେ କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗର ସ୍ବତନ୍ତ୍ର ସ୍କ୍ବାର୍ଡ ଓ ନର୍ଲା ଅବକାରୀ ବିଭାଗର ମିଳିତ ଚଢ଼ଉ ସମୟରେ ଏକ ପିକଅପ୍ ଭ୍ୟାନରୁ ୭.୧୩ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯିବା ସହିତ ଜଣକୁ ଗିରଫ କରାଯାଇଛି ! ଖବର ଅନୁଯାୟୀ, ଜିଲ୍ଲା ଅବକାରୀ ବିଭାଗର ସ୍ବତନ୍ତ୍ର ସ୍କ୍ବାର୍ଡର ଏସ୍ଆଇ ଦିଲିପ କିଣ୍ଡୋ, ଏଏସ୍ଆଇ ଭି. ବିଶ୍ବେଶ୍ବର ରାଓଙ୍କ ସମେତ ସଦର ରେଞ୍ଜର ଇନ୍ସପେକ୍ଟର ସୁଶାନ୍ତ ପ୍ରଧାନ ଏବଂ ନର୍ଲା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତି ସ୍ବାଇଁଙ୍କ ନେତ୍ରୁତ୍ବରେ ଏକ ଟିମ୍ କୌଣସି ସୂତ୍ରରୁ ଖବର ପାଇ ସିକେରକୁପା ରାସ୍ତା ଦେଇ ଯାଉଥିବା ଏକ ମହିନ୍ଦ୍ରା ପିକଅପ୍ ଭ୍ୟାନକୁ ସନ୍ଦେହରେ ଅଟକାଇ ଯାଞ୍ଚ କଲାବେଳେ ସେଠାରୁ ପନ୍ଦରଟି ବଡ଼ ବଡ଼ ବସ୍ତାରେ ପ୍ୟାକିଂ କରି ରଖାଯାଇଥିବା ଅବସ୍ଥାରେ ବିପୁଳ ପରିମାଣର ଗଞ୍ଜେଇ ଥିବା ଜଣାପଡ଼ିଥିଲା ! ଜବତ କରାଯାଇଥିବା ଗଞ୍ଜେଇର ପରିମାଣ ୭.୧୩ କ୍ବିଣ୍ଟାଲ ଓ ଏହାର ମୂଲ୍ୟ ୭୦ ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ଗଣନା କରିଛି ! ଏଥିରେ ସଂପ୍ରୁକ୍ତ ଥିବା ପିକଅପ୍ ଭ୍ୟାନ(ଓଡ଼ି ୩୩ ଏସି ୯୧୨୦ )କୁ ଜବତ କରାଯିବା ସହ ପୁରୀ ଜିଲ୍ଲା ଗୋପ ଥାନା ଅଞ୍ଚଳର ରମେଶ କୁମାର ଜେନା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ! ଏନେଇ ଅବକାରୀ ବିଭାଗ ପକ୍ଷରୁ ୮୯/୨୦୨୩ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ