Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଲବଲ କରୁଛି ତାତି; ଗ୍ରୀଷ୍ମ ପ୍ରବାହ ଯୋଗୁଁ ୭୨ ଘଣ୍ଟାରେ ୫୪ ଜଣଙ୍କ ମୃତ୍ୟୁ, ୪୦୦ରୁ ଅଧିକ ଅସୁସ୍ଥ

ନୂଆଦିଲ୍ଲୀ: କଲବଲ କରୁଛି ତାତି। କେବଳ ରାଜ୍ୟ ନୁହେଁ ସାରା ଦେଶରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଏବେ ଦେଶରେ ଅଂଶୁଘାତ ଜନିତ ମୃତ୍ୟୁ ହେଉଥିବା ସୂଚନା ମିଳିଛି। ଉତ୍ତରପ୍ରଦେଶ ବଲିୟାରେ ଉଚ୍ଚ ତାପମାତ୍ରା ଓ ଭୀଷଣ ଗ୍ରୀଷ୍ମ ପ୍ରବାହ ଯୋଗୁଁ ୭୨ ଘଣ୍ଟାରେ ୫୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ସେମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । । ତେବେ ମୃତ୍ୟୁର ସଠିକ କାରଣ କ’ଣ ଜାଣିବାକୁ ଏକ ଡାକ୍ତରୀ ଟିମ୍ ତଦନ୍ତ କରୁଥିବା ଜଣାପଡ଼ିଛି।

ଅସହ୍ୟ ତାତି ‌ଯୋଗୁ ଅଂଶୁଘାତ ଜନିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଇ ୩ ଦିନ ଭିତରେ ପ୍ରବଳ ତାତି ଯୋଗୁ ୭୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦୦ରୁ ଅଧିକ ଅସୁସ୍ଥ ହୋଇଥିବା ଜଣାପଡିଛି।

ଏହାପରେ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ସବୁ ହସ୍ପିଟାଲ କର୍ମଚାରୀଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏହାସହିତ ସେମାନଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି।

More Stories