ଯୌତୁକ ପାଇଁ ବୋହୂ ସହ ମାରପିଟ୍ କରୁଥିବା ହାଇକୋର୍ଟର ପୂର୍ବତନ ଜଜଙ୍କ ଭିଡିଓ ଭାଇରାଲ୍, ମାମଲା ରୁଜୁ

ହାଇଦ୍ରାବାଦ: ହାଇଦ୍ରାବାଦରୁ ବ୍ୟଥିତ କରି ଦେବା ଭଳି ଘଟଣା ସାମ୍ନାକୁ ଆସିଛି। ହାଇଦ୍ରାବାଦ ହାଇକୋର୍ଟର ପୂର୍ବତନ ବିଚାରପତି ନୁଟି ରାମମୋହନ ରାଓ ପତ୍ନୀ ଏବଂ ପୁଅ ସହ ମିଶି ବୋହୂ ସିନ୍ଧୁ ଶର୍ମାଙ୍କ ସହିତ ମାରିପଟ୍ କରୁଥିବାର ଘଟଣା ଲୋକଲୋଚନକୁ ଆସିଛି। ପୂର୍ବତନ ବିଚାରପତିଙ୍କ ଦ୍ଵାରା ବୋହୂ ସହିତ ମାରପିଟର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହାର କିଛି ମାସ ପୂର୍ବରୁ ବୋହୂ ସିନ୍ଧୁ ଶର୍ମା ହାଇଦ୍ରାବାଦ ଅପରାଧିକ ଥାନାରେ ନିଜ ଶାଶୁ ଘର ଲୋକଙ୍କ ବିରୋଧରେ ଦୁର୍ବ୍ୟବହାର ମାମଲା ରୁଜୁ କରିଥିଲେ। ଏହା ପରେ ଏପ୍ରିଲ ୨୬ରେ ପୂର୍ବତନ ଜଜ, ତାଙ୍କ ପତ୍ନୀ, ପୁଅ ଏବଂ ଘରର ଚାକରଙ୍କ ବିରୋଧରେ ଯୌତୁକ ନିର୍ୟାତନା କେସ୍ ରୁଜୁ କରାଯାଇଥିଲା।
ସିସିଟିଭି ଫୁଟେଜରେ ପୂର୍ବତନ ଜଜ ରାଓ ବୋହୂର ହାତ ଧରିଥିବା ବେଳେ ପୁଅ ବରିଷ୍ଠ ସିନ୍ଧୁଙ୍କୁ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ଗତ ଶୁକ୍ରବାର ନାଗପଲ୍ଲୀ କୋର୍ଟ ପହଞ୍ଚିଥିବା ସିନ୍ଧୁ ଅଧିକାରୀଙ୍କୁ ଘଟଣା ବିଷୟରେ ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି ଘଟଣାର ଭିଡ଼ିଓ ଥିବା ଜଣା ପଡ଼ିଛି। ଅଭିଯୁକ୍ତଙ୍କ ବିରୋଧରେ ଧାରା ୪୯୮ଏ, ୩୨୩ ଏବଂ ୪୦୬ ଆଧାରରେ ରୁଜୁ ମାମଲାରେ ତଦନ୍ତ ଜାରି ରହିଛି।
ପୋଲିସ କିଛି ଦିନ ପୂର୍ବରୁ ପୂର୍ବତନ ଜଜ ରାଓଙ୍କ ପତ୍ନୀ ଲକ୍ଷ୍ମୀ ଏବଂ ପୁଅ ବଶିଷ୍ଠଙ୍କୁ ଥାନାରେ ହାଜର ହେବାକୁ ନୋଟିସ୍ ଜାରି କରିଥିଲା। ବୋହୂ ସିନ୍ଧୁ କହିଛନ୍ତି, ତାଙ୍କୁ ବହୁତ ଦିନରୁ ନିର୍ୟାତନା ଦିଆଯାଉଥିଲା। ତଥାପି ପିଲାଙ୍କ ଭବିଷ୍ୟତକୁ ଦେଖି ସ୍ଵାମୀଙ୍କ ରହିବାକୁ ଚାହୁଁଥିଲି। ସିନ୍ଧୁ ନିଜ ସହିତ ହୋଇଥିବା ଏହି ମାରପିଟର ଭିଡ଼ିଓ ତେବେ ଜାରି କଲେ ଯେବେ ତାଙ୍କ ସ୍ଵାମୀ ଛାଡ଼ପତ୍ରର ନୋଟିସ୍ ପଠାଇ ନାମପଲ୍ଲୀ ଫ୍ୟାମିଲି କୋର୍ଟରେ ହାଜର ହେବାକୁ କହିଲେ।