Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିରୋଧ ପରେ ‘ଆଦିପୁରୁଷ’ର ନିର୍ମାତାଙ୍କ ବଡ଼ ନିଷ୍ପତ୍ତି, ସଂଶୋଧନ ହେବ ବିବାଦୀୟ ଡାଇଲଗ୍

ମୁମ୍ବାଇ: ବିବାଦରେ ଚଳିତ ବର୍ଷର ବହୁପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଏକ ‘ଆଦିପୁରୁଷ’। ଫିଲ୍ମର ଡାଇଲଗକୁ ନେଇ ସାମାଜିକ ଗଣମାଧ୍ୟମରେ ନିର୍ମାତାଙ୍କୁ ଖୁବ୍ ଟ୍ରୋଲ କରାଯାଉଛି। ସିନେ ସମୀକ୍ଷକ ମଧ୍ୟ ଫିଲ୍ମର ଡାଇଲଗଠୁ ନେଇ କଳାକାରଙ୍କ ବେଶଭୂଷାକୁ ନାପସନ୍ଦ କରିଛନ୍ତି। ଫିଲ୍ମକୁ ଦେଖିବା ପରେ ଭାରତୀୟ ଫିଲ୍ମ ଇତିହାସରେ ଆଦିପୁରୁଷ ସବୁଠୁ ନିମ୍ନମାନର ଚଳଚ୍ଚିତ୍ର ବୋଲି ଦର୍ଶକ କହୁଛନ୍ତି। ଏହା ପରେ ଲେଖକ ମନୋଜ ମୁନ୍ତାଶିର ଏବଂ ନିର୍ଦ୍ଦେଶକ ଓମ ରାଉତ ଟିଭି ଇଣ୍ଟରଭ୍ୟୁରେ ସଫେଇ ଦେଇଥିଲେ ମଧ୍ୟ ଜନତାଙ୍କ ଅସନ୍ତୋଷକୁ ଏହା ଶାନ୍ତ କରି ପାରିନାହିଁ ଏବଂ ଫିଲ୍ମର ବିରୋଧ ବଢିବାରେ ଲାଗିଛି। ଏହା ମଧ୍ୟରେ ମନୋଜ ପୁନ୍ତାଶିର ଏକ ଲମ୍ବା ଚଉଡା ପୋଷ୍ଟ କରିଛନ୍ତି। ସେ ଆଶ୍ଵସନ ଦେଇଛନ୍ତି ଯେ, ଫିଲ୍ମର କିଛି ଡାଇଲଗ୍ ହଟାଇ ଦିଆଯିବ। ଫିଲ୍ମର ଟିମ୍ ଲୋକଙ୍କ ପ୍ରତିକ୍ରିୟା ଏବଂ ଭାବନାକୁ ଦେଖିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି। ମନୋଜ କହିଛନ୍ତି, ଖୁବ୍ ଶୀଘ୍ର ସଂଳାପ ସଂଶୋଧନ ସହିତ ଫିଲ୍ମ ସିନେମାଘରକୁ ଆସିବ।

‘ଆଦିପୁରୁଷ’ର ଡାଇଲଗ୍ ବା ସଂଳାପ ଲେଖିଥିବା ଲେଖକ ମନୋଜ ମୁନ୍ତାଶିର ନିଜ ଡାଇଲଗ୍ ସପକ୍ଷରେ କହିଥିଲେ ଯେ, ଏମିତି ଶବ୍ଦ ଭୁଲରେ ପ୍ରୟୋଗ କରାଯାଇ ନାହିଁ ବରଂ ଏହା ଜାଣିଶୁଣି କରାଯାଇଛି ଯଦ୍ଵାରା ଆଜିର ଯୁବ ପିଢିକୁ ଏହା ପସନ୍ଦ ଆସିବ। ସେ କହିଛନ୍ତି ଭାରତର ଅନେକ କଥାବାଚକ ରାମାୟଣର ଗାଥା ଶୁଣାଇବା ସମୟରେ ଏହି ଧରଣର ଶବ୍ଦ ପ୍ରୟୋଗ କରି ଆସିଛନ୍ତି। ମାତ୍ର ଏବେ ମନୋଜ ଫିଲ୍ମର ଡାଇଲଗକୁ ନେଇ ଏକ ପୋଷ୍ଟ ସେୟାର କରି କହିଛନ୍ତି, ଜନତାଙ୍କ ଭାବନାଠୁ ବଳି ଆଉ କିଛି ନୁହେଁ।

ପୋଷ୍ଟରେ କଣ ଲେଖିଛନ୍ତି ମନୋଜ

ମନୋଜ ମୁନ୍ତାଶିର ଲେଖିଛନ୍ତି, ରାମକଥାର ପ୍ରଥମ ପାଠ ଯାହା ଶିକ୍ଷା ଦିଏ ତାହା ହେଉଛି ସମସ୍ତ ଭାବନାକୁ ସମ୍ମାନ କରିବା। ଭୁଲ୍ କି ଠିକ୍ ସମୟ ଅନୁସାରେ ବଦଳିଥାଏ ଏବଂ ଭାବନା ରହିଯାଏ। ଆଦିପୁରୁଷରେ ୪୦୦୦ରୁ ଅଧିକ ବାକ୍ୟ ମୁଁ ଲେଖିଛି। ମାତ୍ର ୫ଟି ବାକ୍ୟରେ ଭାବନାକୁ ଆଘାତ ଲାଗିଛି। ସେହି ଶତାଧିକ ବାକରେ ଯେଉଁଠି ଶ୍ରୀରାମଙ୍କ ଯଶଗାନ କରିଛି, ମା ସୀତାଙ୍କ ସତୀତ୍ଵ ବର୍ଣ୍ଣନା କରିଛି, ସେଥିରେ ତ ପ୍ରଶଂସା କରିବାର ଥିଲା, ମାତ୍ର ଜଣା ନାହିଁ ସେତିକି ପ୍ରଶଂସା ବି ମିଳିଲା ନାହିଁ। ମୋର ଭାଇମାନେ ସାମାଜିକ ଗଣମାଧ୍ୟମରେ ମୋ ପ୍ରତି ଅଶୋଭନୀୟ ଶବ୍ଦ ଲେଖି ଚାଲିଲେ। ସେହି ନିଜର ଲୋକ, ଯାହାଙ୍କ ପୂଜ୍ୟ ମାତାଙ୍କ ପାଇଁ ମୁଁ ଟିଭିରେ ଅନେକ ଥର କବିତା ପଢିଛି। ଆଉ ସେମାନେ ମୋ ମାଆଙ୍କୁ ଆଶାଳୀନ ଭାଷାରେ ସମ୍ବୋଧିତ କରିଛନ୍ତି। ମତଭେଦ ରହିପାରେ, ହେଲେ ମୋର ଭାଇମାନଙ୍କ ମନରେ ଅଚାନକ ଏତେ ଘୃଣାଭାବ କୁଆଡ଼ୁ ଚାଲି ଆସିଲା ଯେ, ଶ୍ରୀରାମ ଦର୍ଶନ ଭୁଲି ଗଲେ ଯିଏ ପ୍ରତ୍ୟେକ ମାଆଙ୍କୁ ସମ୍ମାନ କରୁଥିଲେ।

ମନୋଜ କହିଛନ୍ତି, ହୋଇପାରେ ୩ ଘଣ୍ଟାର ଚଳଚ୍ଚିତ୍ରରେ ମୁଁ ୩ ମିନିଟ୍ ଆପଣଙ୍କ କଳ୍ପନାଠୁ ଅଲଗା ଲେଖି ଦେଲି, ମାତ୍ର ଆପଣ ମୋ ମସ୍ତକରେ ସନାତନ ଦ୍ରୋହୀ ଲେଖିବାକୁ ଏତେ ତରବର କାହିଁକି ହେଲେ। କଣ ଆପଣ ଜୟ ଶ୍ରୀ ରାମ ଗୀତ ଶୁଣି ନାହାନ୍ତି, ଶିବୋହମ ଶୁଣି ନାହାନ୍ତି, ରାମ ସିୟା ରାମ ଶୁଣି ନାହାନ୍ତି ? ଆଦିପୁରୁଷରେ ସନାତନର ଏହି ସ୍ତୁତିଗୁଡ଼ିକୁ ମଧ୍ୟ ମୁଁ ଲେଖିଛି। ମୋର ଆପଣଙ୍କ ପ୍ରତି କୌଣସି ଅଭିଯୋଗ ନାହିଁ, ଆପଣ ମୋର ନିଜର ଥିଲେ ଏବଂ ରହିବେ ମଧ୍ୟ। ଯଦି ଆମେ ପରସ୍ପର ବିରୋଧରେ ଛିଡା ହେବା ତେବେ ସନାତନ ତ ହାରିଯିବ। ଆମେ ଆଦିପୁରୁଷ ସନାତନ ସେବା ପାଇଁ ନିର୍ମାଣ କରିଛୁ, ଯାହାକୁ ଆପଣ ବହୁ ସଂଖ୍ୟାରେ ଦେଖୁଛନ୍ତି ଏବଂ ବିଶ୍ଵାସ ଆଗକୁ ମଧ୍ୟ ଦେଖିବେ।

ଡାଇଲଗରେ ହେବ ପରିବର୍ତ୍ତନ
ମୋ ପାଇଁ ଆପଣଙ୍କ ଭାବନାଠୁ ବଳି ଆଉ କିଛି ନୁହେଁ ? ମୁଁ ନିଜ ପକ୍ଷରେ ଅଗଣିତ ତର୍କ ଦେଇ ପାରିବି ମାତ୍ର ଏଥିରେ ଆପଣଙ୍କ ପୀଡ଼ା କମ ହେବ ନାହିଁ। ମୁଁ ଏବଂ ଫିଲ୍ମ ନିର୍ମାତା-ନିର୍ଦ୍ଦେଶକ ନିର୍ଣ୍ଣୟ ନେଇଛନ୍ତି ଯେ, ଯେଉଁ କିଛି ଡାଇଲଗ୍ ଆପଣମାନଙ୍କ ଭାବନାକୁ ଆଘାତ ଦେଇଛି ତାକୁ ସଂଶୋଧନ କରାଯିବ ଏବଂ ଏହି ସପ୍ତାହରେ ଫିଲ୍ମରେ ସାମିଲ୍ କରାଯିବ।

ଏହି ଡାଇଲଗକୁ ନେଇ ଖୁବ୍ ଆପତ୍ତି
‘ଆଦିପୁରୁଷ’ର ଗୋଟିଏ ଡାଇଲଗକୁ ନେଇ ଲୋକେ ଖୁବ୍ ଆପତ୍ତି ପ୍ରକାଶ କରିଛନ୍ତି। ଡାଇଲଗଟି ହେଉଛି ଜଲି ନା… ‘ତେଲ୍ ତେରେ ବାପ କା, ଆଗ ଭି ତେରେ ବାପ କି ଔର ଜଲେଗି ଭି ତେରେ ବାପ କି’। ଶେଷରେ ନିର୍ମାତା ଲୋକଙ୍କ ଭାବନାକୁ ଦୃଷ୍ଟିରେ ରଖି ବିବାଦୀୟ ଡାଇଲଗକୁ ସଂଶୋଧନକ କରିବାକୁ ନିଷ୍ପତ୍ତି ନେଇଛନ୍ତି।