Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଂସଦରେ ଭାଷଣ, ୨୧ ତୋପୋ ସଲାମୀ, ବାଇଡେନଙ୍କ ନୈଶ୍ୟ ଭୋଜି, ଏମିତି ରହିଛି ମୋଦୀଙ୍କ ଆମେରିକା ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଉପରେ ପୂରା ଦୁନିଆର ନଜର ରହିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିମନ୍ତ୍ରଣକ୍ରମେ ପିଏମ ମୋଦୀ ଜୁନ ୨୧ରୁ ଜୁନ ୨୪ ପର୍ଯ୍ୟନ୍ତ ଚାରି ଦିନିଆ ଆମେରିକା ଗସ୍ତ କରୁଛନ୍ତି। ପିଏମ ମୋଦୀଙ୍କ ସମ୍ମାନରେ ହ୍ଵାଇଟ୍ ହାଉସରେ ୨୧ ତୋପୋ ସଲାମୀ ଦିଆଯିବ। ଆମେରିକା ଯାତ୍ରା ସମୟରେ ପିଏମ ମୋଦୀଙ୍କ ପ୍ରମୁଖ କାର୍ଯ୍ୟକ୍ରମ ମଧ୍ୟରେ ରହିଛି ଜୁନ ୨୧ରେ ମିଳିତ ଜାତିସଂଘର ମୁଖ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ, ଜୁନ ୨୨ରେ କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରିବାଠୁ ନେଇ ୨ ଘଣ୍ଟା ମେଗା ଶୋରେ ପ୍ରବାସୀଙ୍କୁ ଭାରତର ଗାଥା ଶୁଣାଇବା।

ଏହି ସମୟରେ ଜୁନ ୨୨ରେ ଜୋ ବାଇଡେନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ନୈଶ୍ୟ ଭୋଜିର ଆୟୋଜନ କରିଛନ୍ତି। ଜୁନ ୨୩ରେ ମୋଦୀ ଓ୍ଵାଶିଂଟନ ଡିସିରେ ଡାୟସ୍ପୋରା ନେତାମାନଙ୍କ ଆମନ୍ତ୍ରିତ ସଭାକୁ ସମ୍ବୋଧିତ କରିବେ। ୨ ଘଣ୍ଟାର ମେଗା ଶୋରେ ପ୍ରବାସୀ ଭାରତୀୟଙ୍କ ସହ ମୋଦୀଙ୍କ କାର‌୍ୟ୍ୟକ୍ରମ ଭାରତର ବିକାଶ ଗାଥାରେ ତାଙ୍କର ଭୂମିକା ଉପରେ କେନ୍ଦ୍ରିତ ରହିବ।

ପିଏମ ମୋଦୀ ଜୁନ ୨୨ରେ ଓ୍ଵାଶିଂଟନ ଯାତ୍ରା କରିବେ। ଏଠାରେ ହ୍ଵାଇଟ୍ ହାଉସରେ ତାଙ୍କର ଆନୁଷ୍ଠାନିକ ସ୍ଵାଗତ କରାଯିବ। ଏହି ସମୟରେ ୭ ହଜାରରୁ ଅଧିକ ଲୋକ ଉପସ୍ଥିତ ରହି ପାରନ୍ତି। ଏହା ପରେ ମୋଦୀ ଆମେରିକାର ରାଷ୍ଟ୍ରପତିଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା କରିବେ। ଦ୍ଵିପାକ୍ଷିକ ବୈଠକ ସମୟରେ ପ୍ରତିରକ୍ଷା ଏବଂ ବୈଷେୟିକ କିଛି ପ୍ରମୁଖ ରାଜିନାମା ଉପରେ ଆଲୋଚନା ହୋଇପାରେ।

More Stories