Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନେପାଳରେ ବର୍ଷାର ତାଣ୍ଡବ; ୫ ମୃତ, ୨୫ଙ୍କ ମିଳୁନି ପତ୍ତା

କାଠମାଣ୍ଡୁ: ‌ନେପାଳରେ ମୌସୁମୀଜନିତ ପ୍ରବଳ ବର୍ଷା ଯୋଗୁ ଭୟଙ୍କର ବନ୍ୟା ପରିସ୍ଥିତି ଉପୁଜିଛି। ନେପାଳରେ ବର୍ଷାର ତାଣ୍ଡବ । ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ନେପାଳରେ ସାଂଘାତିକ ବନ୍ୟା ପରିସ୍ଥିତି। ବନ୍ୟା ଓ ଭୟଙ୍କର ଭୂସ୍ଖଳନରେ ଯୋଗୁ ୫ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ୟପଟେ ଏହା ଯୋଗୁ ୨୫ ଜଣ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି ।

ସୂଚା ଅନୁଯାୟୀ କୋଶୀର ଏକାଧିକ ଜିଲ୍ଲା ବିଶେଷ କରି ତାପ୍ଲେଜଙ୍ଗ, ପଞ୍ଚଥର, ସଂଖୁବାସଭା, ଓ ତେରହଥୁମରେ ରବିବାର ପ୍ରବଳ ବର୍ଷା ଯୋଗୁ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି ।  ଏଠାରେ ୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୮ଜଣ ନିଖୋଜ ଅଛନ୍ତି। ଅନେକ ସ୍ଥାନରେ ଭୂସ୍ଖଳନ ଯୋଗୁ ରାସ୍ତା ଅବରୋଧ ହୋଇଛି। କେତେକାଂଶରେ ବ୍ରିଜ୍ ମଧ୍ୟ ନଷ୍ଟ ହୋଇଯାଇଛି ।

ଆଗାମୀ ଦିନରେ ନେପାଳରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଚେତାବନୀ ଦେଇଛି । ତେଣୁ ନଦୀର ଜଳସ୍ତର ଆହୁରି ବଢିବ ବୋଲି କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ