Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

RAWର ନୂଆ ମୁଖ୍ୟ ହେବେ ବରିଷ୍ଠ ଆଇପିଏସ୍ ରବି ସିହ୍ନା

ନୂଆଦିଲ୍ଲୀ: ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW)ର ନୂଆ ମୁଖ୍ୟ ହେବେ ବରିଷ୍ଠ ଆଇପିଏସ୍ ଅଫିସର ରବି ସିହ୍ନା । ଛତିଶଗଡ କ୍ୟାଡରର ଏହି ଆଇପିଏସ୍ ଅଫିସରଙ୍କୁ କେନ୍ଦ୍ର ସରକାର ଏହି ନୂଆ ନିଯୁକ୍ତି ଦେଇଛନ୍ତି । 

କେନ୍ଦ୍ର ଗୃହ ବିଭାଗ ଛତିଶଗଡ କ୍ୟାଡରର ଆଇପିଏସ୍ ଅଧିକାରୀଙ୍କୁ ନିରନ୍ତର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ପ୍ରଦାନ କରୁଛି। ରବି ସିହ୍ନା ବର୍ତ୍ତମାନ ସମୟରେ କ୍ୟାବିନେଟ୍ ସଚିବାଳୟର ବିଶେଷ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।ସେ ଛତିଶଗଡ କ୍ୟାଡରର ୧୯୮୮ ବ୍ୟାଚ୍ ଆଇପିଏସ୍ ଅଧିକାରୀ। ଆଇପିଏସ୍ ସିହ୍ନା ଦୁଇ ବର୍ଷ ପାଇଁ ନିଯୁକ୍ତ ହୋଇଛନ୍ତି। ଜୁନ୍ ୩୦ ରେ ଅବସର ନେଉଥିବା ତତ୍କାଳୀନ ମୁଖ୍ୟ ସାମନ୍ତ କୁମାର ଗୋଏଲଙ୍କ ସ୍ଥାନ ନେବେ ସିହ୍ନା। ରବି ସିହ୍ନା ପୂର୍ବରୁ RAW ର କାର୍ଯ୍ୟକ୍ଷମ ବିଭାଗରେ କାର୍ଯ୍ୟ କରୁଥିଲେ।

ସାମନ୍ତ ଗୋୟଲଙ୍କ ସମୟରେ ହିଁ ଭାରତର ଅନେକ ଉପଲବ୍ଧି ହାସଲ କରିପାରିଥିଲା । ତାଙ୍କରି ସମୟରେ ହିଁ ବାଲାକୋଟ୍ ଏୟାରଷ୍ଟ୍ରାଇକ୍, କାଶ୍ମୀରରୁ ୩୭୦ ଉଚ୍ଛେଦ କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ