Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଫିଲ୍ମ ଆଦିପୁରୁଷ ବିବାଦ ଭିତରେ ମୁମ୍ବାଇ ପୋଲିସର ସୁରକ୍ଷା ଲୋଡିଲେ ଫିଲ୍ମର ଲେଖକ  

ମୁମ୍ବାଇ: ଆଦିପୁରୁଷ ଫିଲ୍ମକୁ ନେଇ ତେଜୁଛି ବିବାଦ। ଆଦିପୁରୁଷରେ ଲେଖାଯାଇଥିବା ସଂଳାପକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି। ଏହି ସମୟରେ ଫିଲ୍ମର ଲେଖକ ମନୋଜ ମୁନ୍ତୋଶିର ମୁମ୍ବାଇ ପୋଲିସର ସୁରକ୍ଷା ଲୋଡିଛନ୍ତି। କୁହାଯାଉଛି ଯେ ଉତ୍ତେଜନା ମଧ୍ୟରେ ମନୋଜ ମୁନ୍ତୋଶିର ନିଜ ପ୍ରତି ବିପଦ ଥିବା ଆଶଙ୍କା ପ୍ରକାଶ କରିଛନ୍ତି। ତେବେ ସୂଚନା ଅନୁଯାୟୀ ମୁନ୍ତୋଶିରଙ୍କ ଆବେଦନ ଉପରେ ବିଚାର କରିବା ପରେ ମୁମ୍ବାଇ ପୋଲିସ ସୁରକ୍ଷା ଯୋଗାଇବ ପାଇଁ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଥାଉ କି, ଫିଲ୍ମ ଆଦିପୁରୁଷ ଗତ ୧୬ ତାରିଖରେ ମୁକ୍ତିଲାଭ କରିଛି। ଏଥିରେ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ପ୍ରଭାସ, କ୍ରିତୀ ସାନନ୍ ଏବଂ ସୈଫ ଅଲ୍ଲୀ ଖାନ। ଫିଲ୍ମର ଡାଏଲଗକୁ ନେଇ ବିବାଦ ଉଠୁଥିବା ବେଳେ ଫିଲ୍ମଟି କିନ୍ତୁ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିବା ଜଣାପଡିଛି। ଫିଲ୍ମଟି ୨୦୦ କୋଟିରୁ ଅଧିକ ବ୍ୟବସାୟ କରିଥିବା ଜଣାପଡ଼ିଛି। ଫିଲ୍ମରେ ଥିବା କିଛି ଡାଏଲଗକୁ ନେଇ ଦର୍ଶକମାନେ ପ୍ରଶ୍ନ ଉଠାଇଛନ୍ତି । ତେଣୁ ଏହି ଫିଲ୍ମକୁ ବ୍ୟାନ୍ କରିବାକୁ କିଛି ରାଜ୍ୟରେ ଦାବି ମଧ୍ୟ ହେଲାଣି ।