Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋମବାର ଧରାଶାୟୀ ହେଲା ଆଦିପୁରୁଷ, ତଳକୁ ଖସିଲା ବକ୍ସଅଫିସ କଲେକ୍ସନ

ମୁମ୍ବାଇ: ଆଡଭାନ୍ସ ବୁକିଂ ବଳରେ ବକ୍ସଅଫିସରେ ପ୍ରଥମ ୩ ଦିନ ବମ୍ପର ଆୟ କରିଥିବା ଆଦିପୁରୁଷ ଚତୁର୍ଥ ଦିନ ଅର୍ଥାତ ସୋମବାର ଧରାଶାୟୀ ହୋଇଛି। ପ୍ରାରମ୍ଭିକ ତଥ୍ୟରେ କୁହାଯାଉଥିଲା ଫିଲ୍ମ ସୋମବାର ପାଖାପାଖି ୨୦ କୋଟି ବେପାର କରିବ। ହେଲେ ଆଦିପୁରୁଷ ସେଥିରୁ ବି କମ ବ୍ୟବସାୟ କରିଛି। ନିମ୍ନମାନର ସଂଳାପ, ଭିଏଫଏକ୍ସ ଏବଂ ଚରିତ୍ରକୁ ନେଇ ଫିଲ୍ମ ବିବାଦ ଘେରରେ ରହିଛି। ଦେଶର କୋଣ ଅନୁକୋଣରେ ଫିଲ୍ମ ବିରୋଧରେ ଜନତାଙ୍କ ଆକ୍ରୋଶ ଦେଖିବାକୁ ମିଳିଛି। ଏହାର ନିର୍ଦ୍ଦେଶକ ଏବଂ ଲେଖକଙ୍କୁ ସବୁ ମହଲରେ ତିରସ୍କାର କରାଯାଉଛି। ପରିଣାମସ୍ଵରୂପ ଆଜି ଫିଲ୍ମର ଅବସ୍ଥା ଏମିତି ହୋଇଛି।

ଆଦିପୁରୁଷ ଉପରେ ଜନତାଙ୍କ ନକରାତ୍ମକ ପ୍ରତିକ୍ରିୟାର ପ୍ରଭାବ ସୋମବାର ଦେଖିବାକୁ ମିଳିଛି। ଫିଲ୍ମର ଆୟରେ ପ୍ରାୟ ୭୫ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି। ମୁଭି ବିଜନେସ୍ ଆନାଲିଷ୍ଟ ତରଣ ଆଦର୍ଶ ଟୁଇଟ୍ କରିଛନ୍ତି ଯେ, ଜବରଦସ୍ତ ଓପନିଂ ପରେ ଆଦିପୁରୁଷ ସୋମବାର ଧରାଶାୟୀ ହୋଇଛି।

ବକ୍ସ ଅଫିସ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଫିଲ୍ମର ମୋଟ୍ କଲେକ୍ସନ ୭୫ ପ୍ରତିଶତ ତଳକୁ ଖସିଛି ଏବଂ ହିନ୍ଦୀ ଭାଷାରେ ନେଟ୍ ଆୟ ୮-୯ କୋଟି ଟଙ୍କା ରହିଛି। ରବିବାର ଆୟରେ ବୃଦ୍ଧି ଦେଖିବାକୁ ମିଳି ନ ଥିଲା। ଫଳରେ ସୋମବାର ବକ୍ସଅଫିସ କଲେକ୍ସନ ଆହୁରି ନିମ୍ନଗାମୀ ହେବ ବୋଲି କୁହାଯାଉଥିଲା। ମୋଟାମୋଟି ସବୁ ଭାଷାକୁ ମିଶାଇ ସୋମବାର ଆଦିପୁରୁଷ ୧୬ କୋଟି ଟଙ୍କା ଆୟ କରିଛି।

ପ୍ରଥମ ଦିନ- ୮୬.୭୫ କୋଟି(ହିନ୍ଦୀ ୩୭.୨୫ କୋଟି)
ଦ୍ଵିତୀୟ ଦିନ- ୬୫.୨୫ କୋଟି(ହିନ୍ଦୀ ୩୭ କୋଟି)
ତୃତୀୟ ଦିନ- ୬୯.୧ କୋଟି(ହିନ୍ଦୀ ୩୮ କୋଟି)
ଚତୁର୍ଥ ଦିନ- ୧୬ କୋଟି(ହିନ୍ଦୀ ୮.୫ କୋଟି)(ଅପଡେଟେଡ୍)