Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନ୍ୟୁୟର୍କର ଯେଉଁ ହୋଟେଲରେ ପିଏମ ମୋଦୀ ରହିଛନ୍ତି, ରାତିକ ଭଡ଼ା ହେଉଛି ୧୨ ଲକ୍ଷ

ନୂଆଦିଲ୍ଲୀ: ଆମେରିକା ସହର ନ୍ୟୁୟର୍କର ମେଡିସନ ଏଭେନ୍ୟୁ ରୋଡ୍ ମଙ୍ଗଳବାର ଅନେକ ପ୍ରସିଦ୍ଧ ବ୍ୟକ୍ତିଙ୍କ ସ୍ଵାଗତ କରିଛି। ଏଠାରେ ଥିବା ହୋଟେଲ୍ ଲୋଟେ ନ୍ୟୁୟର୍କ ପ୍ୟାଲେସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅବସ୍ଥାନ କରୁଛନ୍ତି। ଏହି ହୋଟେଲରେ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ତଥା ଟେସଲାର ସିଇଓ ଏଲନ ମସ୍କ ମଧ୍ୟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ପିଏମ ମୋଦୀ ମିଡଟାନ ମ୍ୟାନହଟ୍ଟନର ଏହି ପ୍ରତିଷ୍ଠିତ ହୋଟେଲରେ ୧୨ରୁ ଅଧିକ ଶିକ୍ଷାବିତ୍, ସ୍ଵାସ୍ଥ୍ୟ ବିଶେଷଜ୍ଞ ଏବଂ ବିଶିଷ୍ଟ ଉଦ୍ୟୋଗପତିଙ୍କୁ ଭେଟିଛନ୍ତି। ୨୦୧୫ରେ ପିଏ ମୋଦୀ ନ୍ୟୁୟର୍କର ଓ୍ଵାଲଡୋର୍ଫ ଏଷ୍ଟୋରିଆ ହୋଟେଲରେ ରହିଥିଲେ।

ଜାଣନ୍ତୁ ହୋଟେଲ୍ ଲୋଟେ ନ୍ୟୁୟର୍କ ପ୍ୟାଲେସ୍ ବିଷୟରେ
୧ – ହୋଟେଲର ଓ୍ଵେବସାଇଟ୍ ଅନୁଯାୟୀ, ଲୋଟେ ନ୍ୟୁୟର୍କ ପ୍ୟାଲେସ୍ ନ୍ୟୁୟର୍କର ସବୁଠୁ ଆଇକୋନିକ ଏବଂ ଲ୍ୟାଣ୍ଡମାର୍କ ହୋଟେଲ୍। ଏଠାରେ ୨ ପ୍ରକାରର ଆତିଥ୍ୟ ପ୍ରଦାନ କରାଯାଏ- ଦ ପ୍ୟାଲେସ୍ ଏବଂ ଦ ଟାଓ୍ଵାର୍ସ।

୨ – ୧୮୮୨ ମସିହାରେ ହୋଟେଲର ଶୁଭାରମ୍ଭ ହୋଇଥିଲା।

୩ – ୫୬୩ ଫୁଟ୍ ଉଚ୍ଚ ବିଶିଷ୍ଟ ଏହି ପ୍ରତିଷ୍ଠିତ ହୋଟେଲରେ ମୋଟ୍ ୫୧ ମହଲା ରହିଛି।

୪ – ୧୯୮୧ରେ ଏହା ହେମସେଲ୍ ପ୍ୟାଲେସ ଭାବେ ଖୋଲିଥିଲା।

୫ – ୧୯୯୨ରେ ଏହି ହୋଟେଲକୁ ବ୍ରୁନେର ସୁଲତାନ କିଣି ନେଇଥିଲେ। ୨୦୧୧ରେ ହୋଟେଲକୁ ନର୍ଥଉଡ ଇନଭେଷ୍ଟରର୍ସକୁ ବିକ୍ରି କରାଯାଇଥିଲା।

୬ – ଦକ୍ଷିଣ କୋରିଆର ଲୋଟେ ହୋଟେଲ୍ ଏବଂ ରିସର୍ଟ୍ସ ୨୦୧୫ରେ ଏହି ବିଳାସପୂର୍ଣ୍ଣ ହୋଟେଲର ଅଧିଗ୍ରହଣ କରିଥିଲା ଏବଂ ଏହାକୁ ନିଜର ବର୍ତ୍ତମାନ ନାମକରଣ କରିଥିଲା।

୭ – ୧୪୧ ବର୍ଷ ପୁରୁଣା ଏହି ବିଳାସମୟ ହୋଟେଲରେ ସମସ୍ତ ଅତ୍ୟାଧୁନିକ ସୁବିଧାରେ ଉପଲବ୍ଧ ୮୦୦ରୁ ଅଧିକ ରୁମ ରହିଛି। ରିପୋର୍ଟ ଅନୁଯାୟୀ, ଗୋଟିଏ ରୁମର ଦାମ ଦିନକ ପିଛା ୪୮ ହଜାରରୁ ୧୨.୧୫ ଲକ୍ଷ ଟଙ୍କା ମଧ୍ୟରେ ରହିଛି। ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ହୋଟେଲର ସବୁଠୁ ଦାମୀ କୋଠରୀରେ ରହୁଛନ୍ତି।