Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସୈଫ ଅଲ୍ଲୀ ଖାନ ନୁହେଁ, ଆଦିପୁରୁଷରେ ‘ରାବଣ’ ପାଇଁ ଅଜୟ ଦେବଗନ ଥିଲେ ପ୍ରଥମ ପସନ୍ଦ

ନୂଆଦିଲ୍ଲୀ: ଓମ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ ଆଦିପୁରୁଷ ସମସ୍ତ ଭାରତୀୟ ଦର୍ଶକ, ସିନେ ସମୀକ୍ଷକକଙ୍କୁ ବହୁତ ନିରାଶ କରିଛି। ଫିଲ୍ମରେ ଭାରତୀୟଙ୍କ ଆସ୍ଥା ଏବଂ ବିଶ୍ଵାସର ପ୍ରତୀକ ରାମାୟଣର ଘୋର ଅପମାନ କରାଯାଇଥିବା ଅଭିଯୋଗ ହୋଇଛି। ଖରାପ ସଂଳାପ, ନିମ୍ନମାନର ଭିଏଫଏକ୍ସ ଏବଂ ଚରିତ୍ରର ଅଭିନୟକୁ ନେଇ ସମସ୍ତେ କ୍ଷୁବ୍ଧ। ତେଣୁ ଫିଲ୍ମଟି ଓ୍ଵିକେଣ୍ଡ ପରେ ବକ୍ସଅଫିସରେ ଧରାଶାୟୀ ହୋଇଛି। ରାମାୟଣ ଉପରେ ଫିଲ୍ମଟି ଆଧାରିତ ହୋଇଥିବାରୁ ଦର୍ଶକ ଏହାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଆଡଭାନ୍ସ ବୁକିଂ କରିଥିଲେ। ଫଳରେ ଫିଲ୍ମଟି ପ୍ରଥମ ୩ ଦିନ ବମ୍ପର ବ୍ୟବସାୟ କରିଛି। ହେଲେ ସୋମବାର ଆସିବା ମାତ୍ରେ ଖାଲି ହଲରେ ଫିଲ୍ମ ଚାଲୁଛି।

ଫିଲ୍ମରେ ପ୍ରଭାସ ରାଘବ, କୃତି ସେନନ ଜାନକୀ, ସନି ଶେଷ, ଦେବଦତ୍ତ ବଜରଙ୍ଗ ଏବଂ ସୈଫ ଅଲ୍ଲୀ ଖାନ ଲଙ୍କେଶ ଭୂମିକାରେ ଅଭିନୟ କରିଛନ୍ତି। ମାତ୍ର କଣ ଆପଣ ଜାଣିଛନ୍ତି କି ରାବଣ ଚରିତ୍ର ପାଇଁ ଓମ ରାଉତଙ୍କ ପ୍ରଥମ ପସନ୍ଦ ସୈଫ ଅଲ୍ଲୀ ଖାନ ନୁହେଁ ଅଜୟ ଦେବଗନ ଥିଲେ। ଓମ ରାଉତ ରାବଣ ଚରିତ୍ରରେ ଅଜୟ ଦେବଗନଙ୍କୁ ନେବାକୁ ଚାହୁଁଥିଲେ। ଏହା ପୂର୍ବରୁ ତାନାଜୀ ଫିଲ୍ମରେ ଉଭୟ ଓମ ଏବଂ ଅଜୟ ଦେବଗନ କାମ କରିଥିଲେ। ହେଲେ ବ୍ୟସ୍ତବହୁଳ କାର‌୍ୟ୍ୟସୂଚୀ ଏବଂ ଅନ୍ୟାନ୍ୟ କାରଣରୁ ଅଜୟ ଦେବଗନ ଆଦିପୁରୁଷକୁ ପ୍ରତ୍ୟାଖ୍ୟାନ କରିଥିଲେ।

ଉଲ୍ଲେଖନୀୟ ୫ ଦିନରେ ଆଦିପୁରୁଷ ଭାରତୀୟ ବକ୍ସ ଅଫିସରେ ୨୪୭ କୋଟି ଟଙ୍କା ବ୍ୟବସାୟ କରି ସାରିଲାଣି। ଅନ୍ୟପଟେ ଓ୍ଵାଲଓ୍ଵାଇଡ୍ ଆୟ ୪୯୫ କୋଟି ଛୁଇଁଲାଣି। ଫିଲ୍ମଟି ପ୍ରଥମ ୩ ଦିନ ଖୁବ୍ ବ୍ୟବସାୟ କରିଥିଲା। ହେଲେ ସୋମବାର ଏବଂ ମଙ୍ଗଳବାର ଫିଲ୍ମ ଧରାଶାୟୀ ହୋଇଛି। ଫିଲ୍ମକୁ ନେଇ ବିବାଦ ଥମିବାର ନାଁ ନେଉ ନାହିଁ ଏବଂ ଫିଲ୍ମକୁ ବ୍ୟାନ କରିବାକୁ ଦାବି ଉଠୁଛି।