ବୀରମହାରାଜପୁର ମାଉସୀ ମା ମନ୍ଦିର ରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ବରାହ ଅବତାର ବେଶ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଜଗନ୍ନାଥ ମନ୍ଦିର ଚତୁର୍ଦ୍ଧା ବିଗ୍ରହ ଘୋଷ ଯାତ୍ରାରେ ଯାଇ ଉଫୁଲା ମାଉସୀ ମା ମନ୍ଦିରେ ପୂଜା ପାଉଛନ୍ତି । ଗ୍ରାମବାସୀ ମାନଙ୍କ ତରଫରୁ ଚଳିତ ବର୍ଷ ଦଶ ଅବତାର ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଗୁରୁବାର ଚତୁର୍ଦ୍ଧା ବିଗ୍ରହ ବରାହ ରୂପରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । କମିଟି ତରଫରୁ ସଙ୍କିର୍ତ୍ତନ୍ୟ ଓ ଭଜନ ସମାରୋହର ଆୟୋଜନ କରାଯାଇଛି । ସେହିପରି ଭାବରେ ସୁବଳୟା ସ୍ଥିତ ମାଉସୀ ମାଁ ମନ୍ଦିରରେ ଠାକୁର ମାନେ ମତ୍ସ୍ୟ ଅବତାରରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି I