Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

“ରାହୁଲ ରାଜନୀତି ଛାଡ଼ି ଦିଅ…”ବିରୋଧୀଙ୍କ ବୈଠକ ପୂର୍ବରୁ ବିଜେପି ରାହୁଲଙ୍କୁ ଦେବଦାସ ଦର୍ଶାଇ ଲଗାଇଲା ପୋଷ୍ଟର

ନୂଆଦିଲ୍ଲୀ: ବିହାରର ରାଜଧାନୀ ପାଟନାରେ ବିରୋଧୀଙ୍କ ମହା ବୈଠକ ପୂର୍ବରୁ ବିଜେପି କାର୍ଯ୍ୟାଳୟ ବାହାରେ ରାହୁଲ ଗାନ୍ଧୀଙ୍କୁ ବାସ୍ତବିକ ଜୀବନର ଦେବଦାସ ଭାବେ ଚିତ୍ରଣ କରାଯାଇ ପୋଷ୍ଟର ଲଗାଯାଇଛି। ଏଥିରେ ଲେଖା ହୋଇଛି, ମମତା ଦିଦି କହିଲେ ବଙ୍ଗାଲ ଛାଡ଼ି ଦିଅ, କେଜରିଓ୍ଵାଲ କହିଲେ ଦିଲ୍ଲୀ ଏବଂ ପଞ୍ଜାବ ଛାଡ଼ି ଦିଅ, ଲାଲୁ-ନୀତୀଶ କହିଲେ ବିହାର ଛାଡ଼ି ଦିଅ, ଅଖିଳେଶ କହିଲେ ଉତ୍ତର ପ୍ରଦେଶ ଛାଡ଼ି ଦିଅ, ଷ୍ଟାଲିନ କହିଲେ ତାମିଲନାଡ଼ୁ ଛାଡି ଦିଅ, ଆଉ ସେ ଦିନ ବି ଦୂର ନୁହେଁ ଯେବେ ସମସ୍ତେ ମିଶି କହିବେ କଂଗ୍ରେସୀ(ରାହୁଲ) ରାଜନୀତି ଛାଡ଼ି ଦିଅ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଶୁକ୍ରବାର ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦ୍ଵାରା ଆୟୋଜିତ ବିରୋଧୀ ନେତାଙ୍କ ମହା ବୈଠକରେ ଯୋଗ ଦେବାକୁ ରାଜଧାନୀ ପାଟନା ପହଞ୍ଚିଛନ୍ତି। ବୈଠକର ଉଦ୍ଦେଶ୍ୟ ବିଜେପିର ମୁକାବିଲା ପାଇଁ ମିଳିତ ବିରୋଧୀ ମେଣ୍ଟ ଗଠନ କରିବା। ବୈଠକ ପୂର୍ବରୁ ଖବରଦାତାଙ୍କ ସହ ଆଲୋଚନା ବେଳେ ଖଡ଼ଗେ କହିଛନ୍ତି, ବିରୋଧୀଙ୍କ ଏଜେଣ୍ଡା କେନ୍ଦ୍ରରେ ବିଜେପି ସରକାରକୁ ହଟାଇବା। ଏଥିପାଇଁ ସମସ୍ତଙ୍କୁ ମିଶି ଲଢିବାକୁ ପଡ଼ିବ।

ଏହା ମଧ୍ୟରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ରବିଶଙ୍କର ପ୍ରସାଦ ପ୍ରଶ୍ନ କରିଛନ୍ତି ଯେ, ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିରୋଧୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବ ? ନୀତୀଶ କୁମାର ପାଟନାରେ ୨୦୨୪ ନିର୍ବାଚନ ପାଇଁ ବରଯାତ୍ରୀର ପ୍ରସ୍ତୁତି କରୁଛନ୍ତି, ମାତ୍ର ବର କିଏ ହେବ ଜଣା ନାହିଁ। ପ୍ରତ୍ୟେକ ନେତା ନିଜକୁ ପିଏମ ପ୍ରାର୍ଥୀ କହୁଛନ୍ତି।

https://twitter.com/ani_digital/status/1672120504600211459?s=20

ପାଟନାରେ ହେବାକୁ ଥିବା ବୈଠକରେ ଯୋଗ ଦେବା ପାଇଁ ରାହୁଲ ଗାନ୍ଧୀ ଏବଂ ଖଡ଼ଗେଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏବଂ ପିଡିପି ନେତା ମେହବୁବା ମୁଫତି ପହଞ୍ଚି ସାରିଛନ୍ତି। ଏଥିରେ ପାଖାପାଖି ୨୪ ଦଳର ନେତା ଯୋଗ ଦେଉଛନ୍ତି।