Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାମ୍ମୁ-କାଶ୍ମୀରରେ ସେନା ଗୁଳିରେ ୪ ଆତଙ୍କବାଦୀ ନିହତ, ଅନୁପ୍ରବେଶ ଉଦ୍ୟମ ପଣ୍ଡ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ମାଛିଲ ସେକ୍ଟର ସଂଲଗ୍ନ ନିୟନ୍ତ୍ରଣ ରେଖା ନିକଟରେ ଶୁକ୍ରବାର ସୁରକ୍ଷାବଳଙ୍କ ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ସବୁ ଆତଙ୍କବାଦୀ ମାଛିଲ ସେକ୍ଟରର କାଲା ଜଙ୍ଗଲରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ, ଯାହାକୁ ଭାରତୀୟ ଯବାନମାନେ ପଣ୍ଡ କରିଛନ୍ତି।

କାଶ୍ମୀର ଜୋନ ପୋଲିସ ଟୁଇଟ୍ କରି ଏହାର ସୂଚନା ଦେଇଛନ୍ତି ଯେ, ପାକ୍ ଅଧିକୃତ କାଶ୍ମୀରରେ ଆମର ସେନା ଏବଂ ସ୍ଥାନୀୟ ପୋଲିସଙ୍କ ମିଳିତ ଅପରେସନରେ କୁପଓ୍ଵାଡାର ମାଛିଲ ସେକ୍ଟରର କାଲା ଜଙ୍ଗଲରେ ଅନୁପ୍ରବେଶ ଉଦ୍ୟମ କରୁଥିବା ୪ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ସୁରକ୍ଷାବଳ ଗତ ଶୁକ୍ରବାର ମଧ୍ୟ କେରନ ସେକ୍ଟରର ଜୁମାଗୁଣ୍ଡ ଅଞ୍ଚଳରେ ୫ ଆତଙ୍କବାଦୀଙ୍କ ନିପାତ କରିଥିଲେ ଏବଂ ବଡ଼ ଧରଣର ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଥିଲେ।

ଜାମ୍ମୁ-କାଶ୍ମୀର ପୋଲିସ ଅନୁଯାୟୀ, ନିହତ ୪ ଆତଙ୍କବାଦୀଙ୍କଠୁ ବିପୁଳ ମାତ୍ରାରେ ଅସ୍ତ୍ର ଶସ୍ତ୍ର ଏବଂ ଗୋଳା ବାରୁଦ ଜବତ କରାଯାଇଛି। ଏହି ଘଟଣା ପରେ ଏଲଓସିରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି କରାଯାଇଛି। ସୂଚନା ଅନୁଯାୟୀ, ଭାରତୀୟ ସେନା ଏବଂ ଜାମ୍ମୁ-କାଶ୍ମୀର ପୋଲିସ ସର୍ଚ୍ଚ ଅପରେସନ ସମୟରେ ଜାଣିବାକୁ ପାଇଥିଲେ ଯେ, ୪ ଆତଙ୍କବାଦୀ ପାକ୍ ଅଧିକୃତ କାଶ୍ମୀରରୁ କୁପଓ୍ଵାଡ଼ା ଜିଲ୍ଲାରେ ଅନୁପ୍ରବେଶ ଉଦ୍ୟମ କରୁଛନ୍ତି। ଏହା ପରେ ସେନାର ମିଳିତ ଅପରେସନରେ ୪ ଆତଙ୍କବାଦୀଙ୍କ ଏନକାଉଣ୍ଟର କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ